ହଜାରେ ସ୍ବପ୍ନ କୁ ଗୋଟିଏ ରାତି
ହଜାରେ ସ୍ବପ୍ନ କୁ ଗୋଟିଏ ରାତି
ଚାଲ୍ ଚାଲ୍ ଶୀଘ୍ର ଶୋଇଯିବା
ଗୋଟିଏ ରାତି ଆସିବ ଦିନକୁ ଚୋଚାଇ
ମେଘ ସବାରୀରେ ହଜାରେ ସ୍ବପ୍ନର
ଟିକି ଟିକି ତାରାକୁ ବସାଇ ଆଣିବ
ମୋ ଶୋଇବା ଘରର ଝରକା ପାଖକୁ
ଆରେ.. ଆରେ.. ଏ କ'ଣ
ରାତିଟା କେଡେ ବେଇମାନ
ମୋ ଗୋଟିଏ ବୋଲି ମୂଲ୍ଯବାନ
ସ୍ବପ୍ନର ଜହ୍ନକୁ ଚ୍ଥାଡି ଆସିଲା
ଏତେ ବଡ ଆକାଶରେ ଏକୁଟିଆ
ନା ନା ଚନ୍ଦ୍ର ତୁ କାନ୍ଦନା
ହଜାରେ ସ୍ବପ୍ନର ତାରା ଫେରିବା ସମୟରେ
ଝରକା ଏ ପାଖରୁ ଟାଣି ମୁଁ ଆଣିବି
ମୋ ତକିଆ ତଳ ଜେଲ୍ ରେ ପୁରାଇ
ମେଘର ସବାରୀରେ ନିଜେ ସବାର ହେବି
ଯିବି ତୋ ନୀଳ ଉପତ୍ଯାକାକୁ
ଗଣିବି ଆଉରି କେତେ ସ୍ବପ୍ନ ଅଛି
ଯାହାକୁ କେବେ ଦେଖି ନାହିଁ ମୁଁ
ସାଙ୍ଗରେ ଆଣିଚ୍ଥି ସଜ ସଜ ଶେଫାଳୀ
ତା ଧଳା ପାଖୁଡା କାଗଜ ଉପରେ
ନାରଙ୍ଗୀ ଡେମ୍ପ କଲମରେ
ଅଙ୍କ କଷିବି ବାକି ରହିଥିବା ସ୍ବପ୍ନର
କଏଦ ହେଇଥିବା ସ୍ବପ୍ନ ତାରା
ଝଟପଟ ହଉଥିବ ମୁକ୍ତି ପାଇଁ
ଫେରି ଯାଇ ଦେଖାଇବି ତାକୁ
ପାଖୁଡା ଖାତା ଗଣିତର ସମାଧାନ
ଯାହାକୁ ସେ ସାଥିରେ ଆଣିବାକୁ ଯାଇଥିଲା ଭୁଲି
ଲ, ଜହ୍ନ ତୋ ପରି ସେ ଲୁହ ଗଡାଇବ
ଭୁଲ୍ ହେଇଗଲା ବୋଲି କ୍ଷମା ମାଗିବ
ହେଇଗଲା ମୋର ସବୁ ଯୋଜନା
ଗଲି ମୁଁ ରାତି ଆସିଲା ଶୋଇବାକୁ
ଟିକିଏ ଚଳ ଚଞ୍ଚଳ ହେଲେ
ଆସୁଥିବା ମେଘ ସବାରୀ ପଥ ବଦଳେଇ ଦବ
ଆସିଲା ଆସିଲା ମୋ ପାଖକୁ
ହେଇଠି ମୁଁ ହାତ ବଡାଇଲି ଧରିବା ପାଇଁ
ହେଲେ, ଏ କଣ ହେଲା
ମୋ ହାତରେ ଖସିବା ପୂର୍ବରୁ
ରାତିର ଚୋର ଧରା ପଡିଗଲା
ଦିନର ପୋଲିସ୍ ଆଗରେ
ହଜାରେ ସ୍ବପ୍ନକୁ ନେଇ ଗୋଟିଏ ରାତି ଆସିଥିଲା ବୋଲି
ଝରା ଶେଫାଳୀ ଦିନ ଆଗରେ ପ୍ରମାଣ କରି ଦେଲା