STORYMIRROR

Sambit Srikumar

Romance Inspirational

4  

Sambit Srikumar

Romance Inspirational

ହିସାବୀ

ହିସାବୀ

1 min
272


ତୁମ ପ୍ରୀତିର ପ୍ଳାବନରେ

ଭାସିଯିବାର ପ୍ରତିଦାନରେ

ପାଇଥିବା କୁଠାରାଘାତ

ମୋ ଲାଗି ଥିଲା ବିଧି ନିର୍ଦ୍ଧିଷ୍ଟ!


ଜଳିବାକୁ ଚାହିଁଥିଲି ମୁହିଁ

ବିରହର ଦାବାନଳରେ

ତୁମ ନିଠୁର ପ୍ରତାରଣାର

ଦାରୁଣ ଯନ୍ତ୍ରଣା ବୋଧରେ!


ଜାଳିବାକୁ ଚାହୁଁଥିଲି ଆପଣା

ଅସ୍ତିତ୍ୱ - ଅସ୍ମିତା - ଜାଗତିକ ସତ୍ତାକୁ

ନିର୍ବୋଧତାକୁ ଉପଲବ୍ଧି କରି

ହତାଶବୋଧର ଅତ୍ମଗ୍ଲାନିରେ!


କରିବାକୁ ଚାହୁଁଥିଲି ପ୍ରାୟଶ୍ଚିତ

ପ୍ରେମ ନାମେ ତୁମ ସହ କରିଥିବା

ଅଗଣିତ ଅସଂଖ୍ଯ ପାପାଚାରର

ଆତ୍ମାହୁତିର ପାବନ ଅଗ୍ନିକୁଣ୍ଡରେ!


ମାତ୍ର ତୁମେ ତ ଚତୁର ବଣିକ

ଏମିତି ହିସାବୀ ଗାଣିତିକ ସୂତ୍ରରେ

ଜାଳିଛ ଯେ ଏଇ ନିଆଁ ବିରହର

ନା ପାରୁଛି ଜଳି ଅବା ପାରୁଛି ଜୀଇଁ!


ପ୍ରତିଟି କ୍ଷଣ ଏଇ ଜୀବନର

କଟଇ ଯାହା ପଶ୍ଚାତାପ କରିବାରେ

ସ୍ବପ୍ନର ସୌଦାଗର ହାତରେ

ପ୍ରତାରିତ ହେବାର ଦୁଃଖରେ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance