Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Others

3.8  

Akshayakumar Dash

Action Inspirational Others

ହିଂସା

ହିଂସା

1 min
160



ଦୁନିଆଁ ସାରା ନାଲି ଅଭିରରେ

ହୋଲି ଖେଳରେ ମନ୍ତ୍ର ମୁଗ୍ଧ

ପ୍ରେମ ଓ ବନ୍ଧୁତ୍ୱ ର ହାତ ଉନ୍ମୁକ୍ତ

ମାନ ଅଭିମାନ ର ଉର୍ଦ୍ଧରେ

ଭାଇଚାରା ଏକାକାର ମନ୍ତ୍ର ଧ୍ୱନି

ସର୍ବେ ସନ୍ତୁ ନିରାମୟ ସ୍ତୁତି

 ଏବେ ରକ୍ତର ରଙ୍ଗରେ ଖେଳ

ହୋଲି କସେଇଁ ର ହଣା କଟୁରୀ ରେ

ଅଙ୍ଗୁଳିମାଳା ର ଆତଙ୍କକୁ ଡରି

 ପ୍ରଜା କଂ ତାଟି କବାଟ ।


ନିରୀହ ଜନତାର ଦରଦୀ ବଂଧୁ

ଶୋଷ ବେଳେ ଜଳ ଦେଇ

ଦୁର୍ଦ୍ଦିନର ସାଥି ପାଖେ ରହି

ଦୁର୍ନୀତିର ପର୍ଦାଫାସ କରି

ସରଳ ମଣିଷ ପାଇଁ ଦେବଦୂତ ସାଜି

କର୍ତ୍ତବ୍ୟ ରତ କର୍ମୀ କଂ ଉପରେ

କୂଳକର୍ଣ କଂ କେଲଙ୍କାରୀ ପ୍ରତିହିଂସା,

ଆଜି ସେଇ ଆଉଜଣେ ଗୋପବନ୍ଧୁ କଂ

ରକ୍ତନଦୀରେ ହୋଲି ଖେଳଇ ଚଣ୍ଡାଶୋକ ।


ଅହିଂସା ର ବିଜୟରେ କଳଙ୍କ

ଗାନ୍ଧୀ ବି ଗୁଳିରେ ଦିନେ

ନ୍ୟର୍ଥ ସ୍ୱାର୍ଥ ଚକ୍ରାନ୍ତକାରୀ କଂ ହିଂସାରେ,

ଜନତାଙ୍କଆନ୍ତରିକ ସମର୍ଥନ ସେଇପାଏ

ଯିଏ ହିଂସାର ଶିକାର ହୁଏ

ଯିଏ ନିରୀହ ନିର୍ଯ୍ୟାତିତ ନିଷ୍ପେସିତ

ଦଳିତ ମାନଙ୍କ ପାଇଁ ବଂଧୁ ହୋଇ ଆସେ ।


ଯେତେ ଶକ୍ତିଶାଳୀ ପ୍ରଭାବଶାଳୀ ହେଉନା ବି

ଜନତାଙ୍କ ବିଚାର ମଞ୍ଚରେ

ଆତତାୟୀ ନିନ୍ଦା ଅପବାଦ ପାଏ,

ଲୁଟୁଥିବୁ, କାଟୁଥିବୁ, ବାନ୍ଧୁଥିବୁ

ଅତ୍ୟାଚାର, ଅହଂକାର ଅନ୍ୟାୟ ନୀତିରେ

ଉପାସନା କରୁଥିବୁ କେତେଦିନ ପାଇଁ ?


Rate this content
Log in

Similar oriya poem from Action