STORYMIRROR

Binata Mohanta

Classics Fantasy Inspirational

3  

Binata Mohanta

Classics Fantasy Inspirational

ହେମନ୍ତର ଆଗମନ

ହେମନ୍ତର ଆଗମନ

1 min
184

ହେମନ୍ତର ଆଗମନ

ଦିନ କ୍ରମେ ହୋଇଲା ସାନ

ସିରିସିରି ଶୀତ ପବନ

ଥରାଇଲା ମନ ପ୍ରାଣ ।।

 

ପ୍ରକୃତି ରାଣୀ ତ

ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ

ପାଚିଲା ଧାନ କ୍ଷେତ

ଦିଶୁଥାଏ ସ୍ବର୍ଣ୍ଣ ବର୍ଣ୍ଣ ।।


ସକାଳର କୋମଳ ସୂର୍ଯ୍ୟାଲୋକ

ତା' ସହ ଗେଣ୍ଡୁ ଗୋଲାପର ମୃଦୁ ମହକ

ସବୁଜ ଘାସେ କାକର ବିନ୍ଦୁ ଅବା

ମନେ ହୁଏ ଯେପରି ମୁକ୍ତାର ଝଲକ ।।


କାକର ଜଳ ପାଇ

ପଦ୍ମ ହୁଏ ଉଭାନ

କଇଁ ଫୁଟି ପୁଷ୍କରିଣୀର

ସୌନ୍ଦର୍ଯ୍ୟ କରେ ବର୍ଦ୍ଧନ ।।


ଧଳା,ନାଲି,ଗୋଲାପି କଇଁ ଫୁଟି

ପୁଷ୍କରେ ହୁଅନ୍ତି ଦୃଷ୍ଟି ଗୋଚର

ଦେଖି ନିଳକଇଁ ଫୁଟିବାର

ମନେହୁଏ ଏହା ହେମନ୍ତର ଉପହାର ।।


ରାତ୍ରିର ମେଘାଚ୍ଛନ୍ନ ଆକାଶେ

ତାରା ଶୋଭନ୍ତି ଫୁଲ ପ୍ରାୟ

ଜହ୍ନର ଜୋଛନା ହୋଇ ବିଚ୍ଛୁରିତ

ଧରଣୀରାଣୀ ହୁଏ ଶୁଭ୍ରମୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics