STORYMIRROR

Narendra Prasad Behera

Abstract

3  

Narendra Prasad Behera

Abstract

ହେବା ନାହିଁ ପରାଜିତ

ହେବା ନାହିଁ ପରାଜିତ

1 min
19



କବିତା ଲେଖିବା କବିତା ପଢିବା

  ଫେସନ ହେଲାଣି ଆଜି

ନାହିଁ ଆଉ ସେଇ ପୂର୍ବର କବିତା

   ଚାଲିଲାଣି ରଙ୍ଗବାଜି ।୧।


ହାତରେ କଲମ ପାଖରେ କାଗଜ

    ମନକୁ ଯାହା ଆସିଲା

ଲେଖିଦେଇ ପଦେ ମଞ୍ଚରେ ଗାଇଲା

    ଭାବିଲା ମନ ମୋହିଲା ।୨।


ବୁଝନ୍ତିନି ମାନେ କେହି ଏ ସମାଜେ

   ମାରନ୍ତି ଆନନ୍ଦେ ତାଳି

ମଞ୍ଚରେ ଆନନ୍ଦ ପାଇଥାଏ ସିନା

   ବାହାରେ ଖାଏସେ ଗାଳି ।୩।


କବିତା ଲେଖିବା ପ୍ରଣାଳୀକୁ କେହି

   ଦେଉନାହିଁ ଆଜି ଧ୍ଯାନ

ଏଣୁତେଣୁ ପଦେ ଲେଖି ସେ ନିଜକୁ

     ଭାବୁଛି ହେଲି ମହାନ ।୪।


ନାହିଁ ଛନ୍ଦ ପଦ ସ୍ବର ଲୟ ତାଳ

    ଅକ୍ଷରର ସାଜସଜ୍ଜା 

କେମିତି କେଜାଣି ଭାବଛି ନିଜକୁ

    ମିଳୁଛି ବହୁତ ମଜା ।୫।


ହଳିଆ ଭାଇ ଓ   ଗାଈଆଳ ପିଲା

    କବିତା କେଡେ ସୁନ୍ଦର

ତାହାଠାରୁ ନ୍ଯୁନ କେତେକେତେ ଲେଖା

    ଘୁରିବୁଲେ ସମାଜର ।୬।


ଗଳ୍ପ କି ପ୍ରବନ୍ଧ  ବୁଝିହୁଏ ନାହିଁ

    ପଢିଲେ କବିତାଟିକୁ

ଆଧୁନିକ କିବା   ପୁରାତନ ପୁଣି

   ଭାବିଲେ ଯେତେ ଯାହାକୁ ।୭।


ଆତ୍ମ ସମୀକ୍ଷାର  ବେଳ ତ ଆସିଛି

   ହୋଇଯିବା ସଂଶୋଧିତ

ବେଳ ଥାଉ ଥାଉ  ସୁଧୁରିଣ ଯିବା

    ହେବାନାହିଁ ପରାଜିତ ।୮।


ଲେଖନି କବିତା ଏଣୁତେଣୁ କେହି

   ମାନେ ଯା'ର କିଛି ନାହିଁ

କଲମ ମୁନକୁ  ସାହିତ୍ୟ ସମାଜେ

   ବସିଛନ୍ତି କେତେ ଚାହିଁ ।୯।


ମାଧୁର୍ଯ୍ଯରେ ଭରା କବିତା ଲେଖିବା

   ସମାଜକୁ ଦେବା ବାର୍ତ୍ତା

ସୁନ୍ଦର ସମାଜ ହସିବ ସାହିତ୍ୟ

  ଆମ୍ଭେ ହେବା ସୃଷ୍ଟିକର୍ତ୍ତା ।୧୦।

   




Rate this content
Log in

Similar oriya poem from Abstract