STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ହେ ଯମ

ହେ ଯମ

1 min
440

ଦିଅନ୍ତି କି କିଛି ମୁହୂର୍ତ୍ତ

ଦୌଡ଼ିଯାଇ ମାଗିଦିଅନ୍ତି କ୍ଷମା

ବିନା ଦୋଷେ ଯାହାଙ୍କୁ ଦେଇଛି କଷ୍ଟ

ଅନ୍ଧ ହୋଇ ନିଜ ସ୍ଵାର୍ଥେ

ଯେତେ ସବୁ ନିରୀହ ଜୀବନର କରିଛି ଅନ୍ତ

ନିଃସର୍ତ୍ତରେ ସ୍ୱହସ୍ତେ କରନ୍ତି ଦାନ

ଦିଅନ୍ତି ଅସଂଖ୍ୟ ଅମୃତ ଉପଦେଶ

କୁହନ୍ତି ହେବେନି କେହିବି ପାପୀ ଆଉ ଲୋଭୀ

ମୋ ପରି

କହିବେନି ମିଛ

କି ଲୁଟିବେନି ନିରୀହଙ୍କ ପେଟର ଦାନା

ଲଢ଼ିବେନି ଆପଣା ପରେ

ଜିଇଁବେନି ସବୁଦିନ

କି ନେବେନି ଯମପୁର କିଛିବି ତାଙ୍କ ହସ୍ତେ

କହିବି ହସିବେ ନିଜେ ଆଉ ହସାଇବେ ସଭିଙ୍କୁ

କହିବେ ମିଠା କଥା

ଜିଣିବେ ମନ, ଜିଣିବେ ହୃଦୟ

ଖୋଜିବେନି କାରଣ ଖୁସି ପାଇଁ

ମରିବେ ଯେବେ

କାନ୍ଦିବ ଜଗତ ତାଙ୍କ ପାଇଁ

ନହେଲେ ଏତିକି କରିବ ମୋ ପାଇଁ ହେ ଯମ ସାଇଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract