ହେ ଯମ
ହେ ଯମ
ଦିଅନ୍ତି କି କିଛି ମୁହୂର୍ତ୍ତ
ଦୌଡ଼ିଯାଇ ମାଗିଦିଅନ୍ତି କ୍ଷମା
ବିନା ଦୋଷେ ଯାହାଙ୍କୁ ଦେଇଛି କଷ୍ଟ
ଅନ୍ଧ ହୋଇ ନିଜ ସ୍ଵାର୍ଥେ
ଯେତେ ସବୁ ନିରୀହ ଜୀବନର କରିଛି ଅନ୍ତ
ନିଃସର୍ତ୍ତରେ ସ୍ୱହସ୍ତେ କରନ୍ତି ଦାନ
ଦିଅନ୍ତି ଅସଂଖ୍ୟ ଅମୃତ ଉପଦେଶ
କୁହନ୍ତି ହେବେନି କେହିବି ପାପୀ ଆଉ ଲୋଭୀ
ମୋ ପରି
କହିବେନି ମିଛ
କି ଲୁଟିବେନି ନିରୀହଙ୍କ ପେଟର ଦାନା
ଲଢ଼ିବେନି ଆପଣା ପରେ
ଜିଇଁବେନି ସବୁଦିନ
କି ନେବେନି ଯମପୁର କିଛିବି ତାଙ୍କ ହସ୍ତେ
କହିବି ହସିବେ ନିଜେ ଆଉ ହସାଇବେ ସଭିଙ୍କୁ
କହିବେ ମିଠା କଥା
ଜିଣିବେ ମନ, ଜିଣିବେ ହୃଦୟ
ଖୋଜିବେନି କାରଣ ଖୁସି ପାଇଁ
ମରିବେ ଯେବେ
କାନ୍ଦିବ ଜଗତ ତାଙ୍କ ପାଇଁ
ନହେଲେ ଏତିକି କରିବ ମୋ ପାଇଁ ହେ ଯମ ସାଇଁ l