STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ହେ ଉତ୍କଳ ମାତା

ହେ ଉତ୍କଳ ମାତା

1 min
120


ଉତ୍କଳର ଚାରୁ ଶୋଭାର ଭଣ୍ଡାର

   ଚିଲିକା ହ୍ରଦକୁ ଦେଖି

ମନ ଗହନରେ ଉଙ୍କି ମାରୁଅଛି

  ଉତ୍କଳୀୟ ନୁହେଁ ଦୁଃଖୀ।୧

ଜଗନ୍ନାଥ ଧାମ ପୁରୀ ଶ୍ରୀମନ୍ଦିର

   କାରୁକାର୍ଯ୍ଯ ଅପରୂପା

ବୈଦେଶୀକ ଲୋକ ସେପାଇଁ ଛୁଟନ୍ତି

   ହେଉଥିବେ ଦେଖି ଖପ୍ପା।୨

ହୀରାକୁଦ ଡ୍ଯାମ ବିଶ୍ବରେ ପ୍ରଥମ

   ଗଡି଼ଛି କେ'କାରିଗର

ଦେଖିବା ଲୋକଙ୍କ ହୃଦ କନ୍ଦରରୁ

   ବୋହିବ ଆଖିରୁ ଝର।୩

କୋଣାର୍କ ସୌନ୍ଦର୍ଯ୍ଯ ଦେଖିଦେଲେ କେହି

   ଆଖିକି ଫେରାଇ ନେବ

କାମନା ଦେହରେ ଜାତ ହେବା କ୍ଷଣି

   କାହାକୁ ମନ ଖୋଜିବ।୪

ଉତ୍କଳର ନୃତ୍ଯ ଓଡି଼ଶୀ ବିଶ୍ବକୁ

   ଚକିତ କରୁଛି ନିତି

ଓଡି଼ଆ ଭାଷାରେ ମଧୁରତା ଆହା

  କେତେ ଶାନ୍ତି କେତେ ପ୍ରୀତି।୫

ପାଣି ପବନ ତା' ଅମୃତଠୁ ବଳି

   ଯା'ଦେହେ ବିରାଜମାନ

ପୁଣ୍ଯ ବୈତରଣୀ ଗୁପ୍ତଗଙ୍ଗା କରେ

   ପାପକ୍ଷୟ ନିତ୍ଯଦିନ।୬

ବଣ ପାହାଡ଼ ତା' ସୌନ୍ଦର୍ଯ୍ଯର ଘର

   ଯା'ବକ୍ଷେ ପକ୍ଷୀ ହିଁ ବସି

ଗୀତ ଗାଉଅଛି ଗର୍ବର ସହିତ

   ହୋଇକି ସର୍ବଦା ଖୁସି।୭

ସୂର୍ଯ୍ଯଙ୍କ ଆଲୋକ ଦେହକୁ ଔଷଧ

   ଦେଉଛି ଆନନ୍ଦ ହୋଇ

ବୃକ୍ଷ ଅମ୍ଳଜାନ ଆଉ ଛାଇ ଦାନ

   ଅହରହ ପ୍ରେମ ଥୋଇ।୮

ମାଟି ମାଆ କୋଳେ ପଶୁ ପକ୍ଷୀଠାରୁ

   କୀଟ ଓ ପତଙ୍ଗ ଯେତେ

ପ୍ରଣାମ ସହିତ ଧନ୍ଯବାଦ ଦେଉ

   ହେବାରୁ ନିଜର ହିତେ।୯

ହେ ଉତ୍କଳ ମାଆ କ'ଣ ଅବା ଦେବୁ

    କେବଳ ମନେ ପକାଇ

ଫୁଲକୁ ସମର୍ପି ଧୂପ ଦୀପ ତୁମ

  ପାଦତଳେ ଦେଲୁ ଥୋଇ।୧୦

        


Rate this content
Log in

Similar oriya poem from Abstract