STORYMIRROR

Debabrata Mishra

Abstract Action Others

4  

Debabrata Mishra

Abstract Action Others

ହେ ଠାକୁର

ହେ ଠାକୁର

1 min
356

ଏହି ଅଧମ ତୁମକୁ ଜାଣୁ ଅବା ନ ଜାଣୁ

ତୁମକୁ ପ୍ରଂଶସା କରୁ ବା ନିନ୍ଦା କରୁଥାଉ

ତୁମକୁ ବୁଝୁ ବା ସମ୍ପୂର୍ଣ୍ଣ ଅବୁଝା ହେଉ

ତୁମକୁ ଖୋଜୁ ବା ତୁମଠୁ ଦୂରେଇଯାଉ

ତୁମେ ଅବିନାଶୀ ମହାପ୍ରଭୁ ଈଶ୍ବର

        ତୁମେ ଥିଲ,ଅଛ ଓ ରହିବ ସଦା

        ହେ ଠାକୁର ହେ ଜଗତ ଠାକୁର ।


ଏ ତୁଚ୍ଛ ତୁମକୁ ପୁଜୁ ଅବା ତୁମେ ଅପୁଜା ରୁହ

ତୁମ ମନ୍ଦିର ଯାଉ ଅବା କେବେ ନ ବି ଯାଉ

ତୁମକୁ ଭଲପାଉ ଅବା ଘୃଣା କେବେ କରୁ

ତୁମ ବନ୍ଦନା କରୁ ଅବା କେବେ ଗାଳିଦେଉ

ତୁମେ ସବୁଠି ବିଦ୍ୟମାନ ପରମେଶ୍ୱର

       ତୁମେ ଥିଲ, ଅଛ ଓ ରହିବ ସଦା

       ହେ ଠାକୁର ହେ ଜଗତ ଠାକୁର ।


ଏହି କୀଟପ୍ରାଣ ପୂଣ୍ୟକରୁ ଅବା କରୁ ପାପ

ଜାଣେ, ପ୍ରଭୁ ଦିଏନାହିଁ କେବେ ଅଭିଶାପ

ତୁମକୁ ବିଶ୍ବାସ କରୁ ଅବା ନକରୁ ବା କେବେ

ତୁମକୁ ଭରସା କରୁ କି ନକରୁ କେବେ ବି

ତୁମେ ସମସ୍ତଙ୍କ ପାଇଁ ସମାନ ନ୍ୟାୟ କର

       ତୁମେ ଥିଲ, ଅଛ ଓ ରହିବ ସଦା

       ହେ ଠାକୁର ହେ ଜଗତ ଠାକୁର ।


ଏ ମୁର୍ଖ ତୁମକୁ ଅଭିଯୋଗ କି କରୁ ଅଭିମାନ

ତୁମକୁ ସମ୍ମାନ ଦେଉ କି କରୁ ପଛେ ଅସମ୍ମାନ

ତୁମକୁ ସ୍ୱୀକାର କରୁ ଅବା କେବେ ନକରୁ

ତୁମ ପାଦେ ଶରଣ ପଶୁ କି ନ ପଶୁ କେବେ

ତୁମେ ଦୁଃଖହାରୀ ପ୍ରତିଟି ଜୀବର ଏ ଜଗତେ

       ତୁମେ ଥିଲ, ଅଛ ଓ ରହିବ ସଦା

       ହେ ଠାକୁର ହେ ଜଗତ ଠାକୁର । 


Rate this content
Log in

Similar oriya poem from Abstract