ହେ ସତ୍ୟ
ହେ ସତ୍ୟ
ହେ ସତ୍ୟ
ଆଖି ଥାଇ ବି ଅନ୍ଧ ହେବାର ବାହାନା
ଆଉ କେତେଦିନ ବା କରିବ
ଅକାରଣେ ପଶୁ ହୁଏ ମଣିଷ
ପଥର ହୃଦୟ ଆଉ ଅଵିଵେକୀ ହୋଇ
ପାପୀ ହୁଏ
ବଲାତ୍କାରୀ ସାଜି
ନଷ୍ଟ କରେ
କେତେ ଯେ ନିର୍ଭୟା ଫୁଲକଢ଼ୀ
ଅପରାଧୀ ବୁଲେ ବିନ୍ଦାସ
ଚକମକିଆ ଚାରିଚକିଆରେ
ନିରୀହ ପାଏ ସଜା
ଶିକାର ହୋଇ ମିଛ ପ୍ରମାଣ ଆଉ ଠକ ସାକ୍ଷୀର ଜାଲରେ
ମଣିଷ ହୋଇ କରେ ମଣିଷକୁ ଘୃଣା
ଜାତି ଧର୍ମର ଆଳ ଦେଖାଇ
ଛଟପଟ ହୋଇ ମରନ୍ତି ଅନାୟାସେ
ଅଗଣିତ ନଗଡ଼ା ଶିଶୁ
ଚୋରୀ କରି ଚୋର ପଳାଏ ବିଦେଶ
ଦେଶଦ୍ରୋହୀ ପୂଜାପାଏ ପରଦେଶେ
ଆଉ କାମୁକ ମାନେ ଦିଅନ୍ତି
ସତ୍ୟ ଓ ଶାନ୍ତିର ଉଚିତ ମାର୍ଗ
ସାଜନ୍ତି କୋଟି ନିରୀହ ଜଣଙ୍କୁ ଆଦର୍ଶ
