STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ହେ ସତ୍ୟ

ହେ ସତ୍ୟ

1 min
275

ହେ ସତ୍ୟ

ଆଖି ଥାଇ ବି ଅନ୍ଧ ହେବାର ବାହାନା

ଆଉ କେତେଦିନ ବା କରିବ

ଅକାରଣେ ପଶୁ ହୁଏ ମଣିଷ

ପଥର ହୃଦୟ ଆଉ ଅଵିଵେକୀ ହୋଇ

ପାପୀ ହୁଏ

ବଲାତ୍କାରୀ ସାଜି

ନଷ୍ଟ କରେ

କେତେ ଯେ ନିର୍ଭୟା ଫୁଲକଢ଼ୀ

ଅପରାଧୀ ବୁଲେ ବିନ୍ଦାସ

ଚକମକିଆ ଚାରିଚକିଆରେ

ନିରୀହ ପାଏ ସଜା

ଶିକାର ହୋଇ ମିଛ ପ୍ରମାଣ ଆଉ ଠକ ସାକ୍ଷୀର ଜାଲରେ

ମଣିଷ ହୋଇ କରେ ମଣିଷକୁ ଘୃଣା

ଜାତି ଧର୍ମର ଆଳ ଦେଖାଇ

ଛଟପଟ ହୋଇ ମରନ୍ତି ଅନାୟାସେ

ଅଗଣିତ ନଗଡ଼ା ଶିଶୁ

ଚୋରୀ କରି ଚୋର ପଳାଏ ବିଦେଶ

ଦେଶଦ୍ରୋହୀ ପୂଜାପାଏ ପରଦେଶେ

ଆଉ କାମୁକ ମାନେ ଦିଅନ୍ତି

ସତ୍ୟ ଓ ଶାନ୍ତିର ଉଚିତ ମାର୍ଗ

ସାଜନ୍ତି କୋଟି ନିରୀହ ଜଣଙ୍କୁ ଆଦର୍ଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract