STORYMIRROR

Kalpana Satpathy

Abstract Classics Inspirational

4  

Kalpana Satpathy

Abstract Classics Inspirational

ହେ ସର୍ବସ୍ବ ନିୟନ୍ତା

ହେ ସର୍ବସ୍ବ ନିୟନ୍ତା

1 min
12

ତୁମରି ଛାତିରେ ମୁହଁ ଗୁଞ୍ଜିଦେଲେ 

ବିଶାଳ ଭୁଜରେ ଆଶ୍ଲେଷି ନିଅ 

ତୁମ ନିଃଶ୍ବାସର ଅଣଚାଶ ପବନରେ 

ଅନ୍ତହୀନ ଆକାଂକ୍ଷାର ପ୍ରଳୟ।

ବାହୁ ବନ୍ଧନରେ ବାନ୍ଧିନିଅ ଯେବେ 

ଜାଗିଉଠେ ଯେ ଉଦଗ୍ର ଅଭୀପ୍ପା 

ତୁମ ବଙ୍କିମ ଅଧର ଚୁମ୍ବନରେ 

ଵିଭୋରିତ ଆତ୍ମାର ପରିଭାଷା।

ପାଦେ ପାପ ଛନ୍ଦି ତ୍ରିଭଙ୍ଗୀ ଭଙ୍ଗୀରେ 

ଛନ୍ଦିଦିଅ ଆତ୍ମା ତୁମରି ଫାନ୍ଦରେ,

ମୋ ଆତ୍ମାରେ ହୃଦୟରେ ନିଭୃତ କୋଣରେ 

ପରିବ୍ୟାପ୍ତ ଯେ ତୁମରି ଅସ୍ତିତ୍ବ।

ନିଜସ୍ବ ସତ୍ତା ମୁଁ ଖୋଜି ପାଏ ନାହିଁ 

ମିଛ ମୋର ସ୍ଥିତି କିନ୍ତୁ ତୁମେ ପରା ଚିରନ୍ତନ ସତ୍ୟ।



Rate this content
Log in

Similar oriya poem from Abstract