ହେ ସର୍ବସ୍ବ ନିୟନ୍ତା
ହେ ସର୍ବସ୍ବ ନିୟନ୍ତା
ତୁମରି ଛାତିରେ ମୁହଁ ଗୁଞ୍ଜିଦେଲେ
ବିଶାଳ ଭୁଜରେ ଆଶ୍ଲେଷି ନିଅ
ତୁମ ନିଃଶ୍ବାସର ଅଣଚାଶ ପବନରେ
ଅନ୍ତହୀନ ଆକାଂକ୍ଷାର ପ୍ରଳୟ।
ବାହୁ ବନ୍ଧନରେ ବାନ୍ଧିନିଅ ଯେବେ
ଜାଗିଉଠେ ଯେ ଉଦଗ୍ର ଅଭୀପ୍ପା
ତୁମ ବଙ୍କିମ ଅଧର ଚୁମ୍ବନରେ
ଵିଭୋରିତ ଆତ୍ମାର ପରିଭାଷା।
ପାଦେ ପାପ ଛନ୍ଦି ତ୍ରିଭଙ୍ଗୀ ଭଙ୍ଗୀରେ
ଛନ୍ଦିଦିଅ ଆତ୍ମା ତୁମରି ଫାନ୍ଦରେ,
ମୋ ଆତ୍ମାରେ ହୃଦୟରେ ନିଭୃତ କୋଣରେ
ପରିବ୍ୟାପ୍ତ ଯେ ତୁମରି ଅସ୍ତିତ୍ବ।
ନିଜସ୍ବ ସତ୍ତା ମୁଁ ଖୋଜି ପାଏ ନାହିଁ
ମିଛ ମୋର ସ୍ଥିତି କିନ୍ତୁ ତୁମେ ପରା ଚିରନ୍ତନ ସତ୍ୟ।
