STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ହେ ସିଗାରେଟ୍

ହେ ସିଗାରେଟ୍

1 min
240

ହେ ସିଗାରେଟ୍ ତୁମେ ହିଁ ସାକ୍ଷାତ୍

      ମୃତ୍ୟୁର ଦୂତ ତୁମେ ହିଁ ଯେ ସଇତାନ୍ ,

ତୁମ ଆଗମନ ସମାଜ ପାଇଁକି 

           କଳଙ୍କଠୁ ନୁହେଁ ନ୍ୟୁନ୍ୟ ।।

ତୁମେ ହିଁ ସାଜ ସୁନ୍ଦର ପଥ

             ବାଟ ହୁଡା ପଥିକର ,

ନିଶାରେ ତାହାକୁ କବଳିତ କରି

            କରୁଥାଅ ହରବର।।

ଥରେ ଯେ ପାଇଛି ଓଠରେ ତାହାର

             ତୁମର ଚୁମ୍ବନକୁ,

ମହାଉନ୍ମାଦରେ ମନଟି ତାହାର 

             ଉଲ୍ଲସି ଉଠଇ ବୁକୁ ।।

ତୁମରି ସେବନେ ତନୁଟି ତାହାର

          ହୋଇଯାଏ ବ୍ୟାଧିଗ୍ରସ୍ତ,

ମରଣର ପଥ ନିଏ ସେ ଆବୋରୀ 

           ହୀନସ୍ଥା ଜୀବନ ପଥ ।।

ଆତ୍ମୀୟ ଭାବି କେତେ ନରନାରୀ 

            ତୁମ ଜାଲରେ ବନ୍ଧିତ,

କର୍କଟ,ଶ୍ୱାସ,ମହାମାରୀ ବିଷ

            ଜ୍ୱାଳାରେ ହ୍ୱନ୍ତି ପୀଡିତ।।

କେତେ ସଧବାର ବିଧବା ବହ୍ନି 

           ସୃଷ୍ଟି ତୁମରି ଠାରୁ,

ଅକାଳ ବ୍ୟାଧି,ଅକାଳ ମୃତ୍ୟୁ

         ତୁମ ପ୍ରେମ ପରଶରୁ।।

ହେ ସିଗାରେଟ୍ ନେହୁରା ହେଉଛି

        ଦୁରେ ଯାଅ ତୁମେ ଚାଲି,

ସୁନ୍ଦର ସୁସ୍ଥ ସମାଜରେ ଆଉ

      ନ ପଡନ୍ତୁ କେହି ବଳି     ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract