STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ହେ ଶୀତ ହେ ଶୀତ

ହେ ଶୀତ ହେ ଶୀତ

1 min
267


     ଜୀବନ ଯୌବନ 

      ଜୀବିକାର ମହାମନ୍ତ୍ର

    ଶାନ୍ତି ମୈତ୍ରୀ ଏକତାର

      ମହା ସଂଗୀତ

    ତୁମେ ପ୍ରେମ ପ୍ରଣୟର ମୂଳମନ୍ତ୍ର

   ଭ୍ରମଣ କର୍ମଣର ପ୍ରେରଣାର ଗୀତ

    ତୁମେ ସରଳ ସ୍ନିଗ୍ଧ ପୁଣି ଶାନ୍ତ

     ଋତୁ ମଧ୍ୟେ ଶାନ୍ତ ହେ ଶୀତ।

    

    ପିଲାବେଳ ଧୂଳିଖେଳ

    ସବୁର ତୁମେ ମୂକ ସାକ୍ଷୀ

   କେ ନବୁଝିଛି ତୁମ ସ୍ଵରୂପ

    କେ ନକରିଛି ତା' ହୃଦୟ ବିକ୍ରି

    ପ୍ରୀତିର ପସରା ତୁମେ

     ପ୍ରେମର ଆସରା ତୁମେ

   ତୁମେ ପ୍ରେମୀ ଯୁଗଳଙ୍କ ପାଇଁ

     ରହିଛ ରହିଥିବ ହୋଇ ସାକ୍ଷୀ

    ଗୀତି କବିତାର ତୁମେ ମୂଳମନ୍ତ୍ର

     ପ୍ରୀତି କବିତାର ମହାମନ୍ତ୍ର

     ତୁମପାଇଁ ପରା ଗଢା ଜଗତ

    ହେ ଶୀତ ହେ ଶୀତ ।


     ତୁମ କୁହୁଡି କାକରର ପରିବେଶ

     ମଣିଷ ଜାତିକୁ ଜୁଟାଏ ସାହସ

    ତୁମେ ଖାଦ୍ୟର ବନ୍ୟା ସୃଷ୍ଟି କର

     ମଙ୍ଗଳକାରୀ ଅଟେ ଏ ଜୀବଜଗତର

      ଜୀବଜଗତ ପାଇଁ ଗାଇଥାଅ

      ତୁମେ ମଙ୍ଗଳ ସଂଗୀତ

     ତୁମେ ଅକ୍ଷୟ ଅଜୟ

       ତୁମେ ଅନିତ୍ୟ

     ତୁମେ ସରଳ,ସ୍ନିଗ୍ଧ,ଶାନ୍ତ

      ଜୀବଜଗତ ପାଇଁ ସାଜ

      ଶାନ୍ତି ମୈତ୍ରୀ ଏକତାର ଦୂତ

      ହେ ଶୀତ ହେ ଶୀତ ।


  

   


Rate this content
Log in

Similar oriya poem from Abstract