STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ହେ ସାଇ ରାମ୍

ହେ ସାଇ ରାମ୍

1 min
171

ହେ ସାଇ ରାମ୍,


   ତୁମେ ସାକାର

   ତୁମେ ନିରାକାର

     ତୁମେ ପରଂବ୍ରହ୍ମ

       ହେ ସାଇ ରାମ ।


ତୁମେ ନିରାଶ ମନରେ ଆଶା

ତୁମେ ଦୁଃଖୀର ସାହା ଭରସା

   ତୁମେ ସତ୍ୟର

    ତୁମେ ତ୍ୟାଗର

ତୁମେ ପ୍ରେମର ପରମ ଧାମ

    ହେ ସାଇ ରାମ ।


ତୁମେ ଚାତକର ଜଳ ଧାରା

ତୁମେ ଜୀବନ ମରୁରେ ଧାରା

  ତୁମେ ଶାନ୍ତିର

  ତୁମେ ପ୍ରୀତିର

ତୁମେ ଭକତ ଅମୂଲ ଧନ

   ହେ ସାଇ ରାମ

   ହେ ସାଇ ରାମ ।



Rate this content
Log in

Similar oriya poem from Inspirational