ହେ ରୁଚିକା !
ହେ ରୁଚିକା !
ପାଶୋରି ଗଲକି ବିତିଥିବା ସେଇ ଦିନ ?
ଅଧାଗଢା ମୋର ସ୍ବପ୍ନ-ବାଲିଘର
ପ୍ରଣୟର ସେଇ ପ୍ରାଣ-କାରାଗାର
ଏବେବି ପଡିଛି ଶୁନ୍ୟ।
ହଂସିନି ଗୋ !
କାଇଁଗୋ କପଟ କର ?
ଜହ୍ନକୁ ଆଡେଇ କେବେ ଥରେ ହସ
ମନରେ ଭରୁଗୋ ଅସୀମ ସାହାସ
ଶାନ୍ତ ହେଉ ଗୋ କ୍ଷାନ୍ତ ଜୀବନ ମୋର।
ଆବୋରି ବସିଛ ପ୍ରିୟ......
ହୃଦୟର ଯେତେ ବନ ଉପବନ
ଜଳ-ସ୍ଥଳ-ନଭ-ପର୍ବତ କାନନ
ଆକୁଳ ପରାଣ ତୁମପାଖେ ମତେନିଅ ।
କାହିଁଗଲ ଅପସରି !
କୋଉ ପଥେ କାହା ସାଥେ ହଜିଗଲ
କାହିଁକି ଖେଳୁଛ ଲୁଚକାଳି ଖେଳ?
ତୁମ ଦୁନିଆକୁ ଟାଣିନିଅ ହାତଧରି
ସୁପ୍ରଜିତ କୁମାର ସାହୁ
