ମୋ' ହୃଦୟ ପିଲାଙ୍କ ପାଇଁ
ମୋ' ହୃଦୟ ପିଲାଙ୍କ ପାଇଁ
ଚିହ୍ନା ଚିହ୍ନା ଲାଗେ ଯା'ର ସେ ଅଚିହ୍ନା ମୁହଁ
ସଜସୁମନଠୁ କଅଁଳ ଯା'ର ଦେହ,
ଘଞ୍ଚ ନିକାଞ୍ଚନେ ଯିଏ ସଦା ମୋର ସାଥୀ
ଏ ଜନମ ସାରା ମୋ ପାଇଁ ଯିଏ ଅତିଥି
ମୋ'ସବୁ ଦୁଃଖ ଯା' ଟିକି ହସେ ହୁଏ ଶେଷ,
ଯା' କାହାଣୀ ମତେ ସଜାଇଲା କାଳିଦାସ
ସୁଖ ଶାନ୍ତି ମୋର ପରାଣ ପୀରତି ଯିଏ
ଏଇ ଦୁନିଆରେ ଛୋଟ ଶିଶୁଟିଏ ସିଏ....।
ଲୁହର ସାଗରେ ତୁମେ ତ ସୁଖର ନାଆ
ଗଭୀର ନିଦାଘେ ତୁମେ ମଳୟର ବାଆ।
ଦୂର ଚକ୍ରବାଳେ ସୂର୍ଯ୍ୟ ଉଏଁ ଅସ୍ତ ଯାଏ
ଏ ମନତ ସଦା ତୁମକୁ ହିଁ ଖୋଜୁଥାଏ।
ସାଜିଲେ ଦୁନିଆ ସାଜି ଯାଉ ମୋ ବଇରୀ
ଯଦି ରହିଥିବ ଟିକେ ଶରଧା ତୁମରି
ଜୀବନର ଯେତେ ସାଲିସ-ବିହୀନ ଦୁଃଖ
ସରିଯିବ ପୁଣି ମିଳିବ ନିଆରା ସୁଖ।
ଛଳ ଦୁନିଆରେ ସଦା ସତ ଯେ ମୋ'ପାଇଁ
ଏ ଭିଡ଼ ଭିତରେ ଯା'ବିନା ଏକା ଲାଗଇ
ନିର୍ମାୟା ଜୀବନ ନିଷ୍କପଟ ମନ ଯା'ର
ଜୀବନ ସାର୍ଥକ ହୋଇଛି ଛୁଆଁରେ ତା'ର
ଏ ଦୁନିଆ ଯଦି କରିଦିଏ ମତେ ପର
ସବୁ ଚିହ୍ନ ମୋର ହେଇ ଯାଏ ଯଦି ଦୂର
ତୁମ ଟିକି ମନେ ଦେଇଥିବ ଜାଗାଟିଏ
ସଦା ରହିଥିବି ସୁଖେ ତୁମରି ହୃଦୟେ........।
ସୁପ୍ରଜିତ୍ କୁମାର ସାହୁ
