STORYMIRROR

SUPRAJIT SAHU

Others

5.0  

SUPRAJIT SAHU

Others

ବିରହିଣୀ

ବିରହିଣୀ

1 min
14.2K


ହେ ପ୍ରିୟ.......!

ତୁମରି ଅଧରୁ ଅବୀର ନେଇ ମୁଁ

ନିଇତି ଖେଳୁଛି ହୋଲି,

ନିର୍ମୋହ ଗୋ! ତୁମେ କେବେ ଯେ ଆସିବ

ଦରଜା ଦେଇଛି ଖୋଲି,

ମୋହନ ବଂଶୀର କୁହୂ ତାନେ ବନ୍ଧା

କୋଟିଏ ରାଧା ଜୀବନ,

କେବେ ଶୁଣାଇବ ତାନ ଗୋ ମୂରଲୀ

ଅଧୀର ହେଲାଣି ମନ।

ତୁମେ ଆସୁଛ ତ ଫଗୁଣ ଆସୁଛି

ନାନା ରଙ୍ଗ ଅଙ୍ଗେ ନେଇ,

ମହାମାୟାକାର କି ମାୟା ରଚୁଛ

ଦରଶନ ଯାଅ ଦେଇ।

ଯବନିକା ହଟୁ ତୃଷ୍ଣା ଥମୁ ହେ

ପ୍ରଦୋଷ ଆସଇ ମାଡି,

ତ୍ରିଭଙ୍ଗୀ ଠାଣିରେ ଆଲିଙ୍ଗନ କର

ଅଭିମାନ ବାରେ ଛଡି।

ମତେ ଦେଖି ଫୁଲ ଫୁଲେଇ ହଉଚି

ଯାତନା ବଢୁଛି ଭାରି,

ମୁଁ ଚାତକିନୀ ତୁମେ ମୋ ବରଷା

ଅସରାଏ ଆସ ଝରି।

ସୁପ୍ରଜିତ୍ କୁମାର ସାହୁ


இந்த உள்ளடக்கத்தை மதிப்பிடவும்
உள்நுழை