STORYMIRROR

SUPRAJIT SAHU

Others

2.3  

SUPRAJIT SAHU

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
14.5K


ପଢି କି ପାରୁନ ଏଇ ମୋ ଖୋଲା ହୃଦୟ ?

ଏତେ କାହିଁ କର ଭୟ !

ମନୋଭାବନାକୁ ଅଧର ଧାରରେ ପ୍ରିୟ !

ଶବ୍ଦର ରୂପ ଦିଅ ।

ମେଣ୍ଟି ଯାଉ ଆଜି ସାଗର ତୃଷ୍ଣା

ମନ ଉପବନେ ସୁମନ ବାସ୍ନା

ଏସନ ବେଳାରେ ଦିଅ ଚହଟାଇ ଦିଅ ।।

 ତୁମ ଦର୍ଶନରେ ମନ ମୟୂରୀଟା ନାଚେ,

ପୀରତି ମୁକୁତା ବିଂଛେ,

ବକ୍ଷ-ବିହାୟସ ଅମୀୟ ବାରି ସିଞ୍ଚେ,

ଜୀବନ ବିହଙ୍ଗ ଭିଜିବା ଉପାୟ ପାଞ୍ଚେ।

ସାରାରାତି ଜଳେ ଉଜାଗର ଜାଳି

ଶେଫାଳି ପରାଏ ସକାଳୁ ଝାଉଁଳି

ତୁମ ପ୍ରତୀକ୍ଷାରେ ଅଳ୍ପ ଅଳ୍ପ ବଞ୍ଚେ......।

ସୁପ୍ରଜିତ୍ କୁମାର ସାହୁ

ଶିକ୍ଷକ, ପୋଲସରା,ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍