STORYMIRROR

SUPRAJIT SAHU

Others

3  

SUPRAJIT SAHU

Others

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
361

ବର୍ଷା ଗୋ' 

ତୁମ ସାଥେ ଯଦି ଭିଜୁଛି ମୁଁ ଆଜି

ଭିଜିବାକୁ ମତେ ଦିଅ,

ଭିଜୁଛି ବୋଲି ତ ବାରି ହେଉ ନାହିଁ

ଆଖିରୁ ଝରିବା ଲୁହ....।

ସ୍ତୁପୀକୃତ ଯେତେ କଷଣ ସ୍ତମ୍ଭ ମୋ'

ବିନ୍ଦୁ ବିନ୍ଦୁ ଜଳ ହୋଇ,

ଏଇ ବରଷାରେ ତୁମ ପରଶରେ

ଆସ୍ତେ ଯାଉ ଗୋ' ବହି

ହେ ନିର୍ଜନତାର ସାଥୀ....

ଏଇତ ଆସିଲ ଥମି ଯାଅନାହିଁ

କେତେ କଥା ଅଛି ବାକି.....।


ଏଥର ଶ୍ରାବଣେ ଆସ ଗୋ' ବରଷା

ନୂତନ ବାରତା ଧରି,

ଆତୁରେ ଚାହିଁଛି ଜୀବନ ଚାତକ

ମଉସୁମୀ କଲା ଡେରି,

ଆହା ! କି ଶୀତଳ ବିଶ୍ଵ ଜୀବନ

ତୁମରି କରୁଣା ଜଳେ

ବିଷାଦ ବେଳାର ମହୌଷଧି ସାଜି 

ଆସୁଥାଅ କାଳେ କାଳେ

ହେ ନିର୍ଜନତାର ସାଥୀ

ଝରୁ ଏ ଲୋତକ ଭରୁ ଉଷ୍ମତା

ତୁମେ ରହିଥାଅ ସାକ୍ଷୀ........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍