STORYMIRROR

SUPRAJIT SAHU

Others

2  

SUPRAJIT SAHU

Others

ଜହ୍ନ ରାତିର ଚିଠି

ଜହ୍ନ ରାତିର ଚିଠି

1 min
14.1K


ତୁମ୍ଭ ଭାବନାରେ ମନରେ ସଞ୍ଚରେ

ଦିବ୍ୟଜ୍ୟୋତିର ଧାରା,

ଆଭାସେ ଆଭାସେ ନେତ୍ର ଆଗେ ଭାସ

ସତରେ ନଦିଅ ଧରା।

ସ୍ବପ୍ନ ସହରେ ତୁମପାଇଁ ଅଛି

ସୁନ୍ଦର ଜାଗାଟିଏ,

ବାସ୍ତବେ ତୁମେ ହଜିଲେ ତୁମକୁ

ସ୍ୱପ୍ନରେ ଖୋଜିପାଏ।


ଶୋଇଯାଏ ଯେବେ ଏ ସାରା ଦୁନିଆ

ଖୋଲେ ମୋର ଆଖିପତା,

ଜହ୍ନ ତଳେ ମୁଁ ଏକା ଏକା ବସି

ଭାବୁଥାଏ ତୁମ କଥା।


ଗଙ୍ଗଶିଉଳିର ଅତର ଚୋରାଇ

ରାତିରୁ ଛଡାଇ ନିଶା,

ଶ୍ଵେତପତ୍ରପରେ ତୁମ ସ୍ମୃତି ଫେରେ

ଲେଖେ ମୋ ମନର ଭାଷା।

ଅମୃତା ତୁମେ ବାସ୍ନାଭରାଗୋ

ସ୍ୱଚ୍ଛ ସଜ୍ଜଳ ଅତି,

ତୁମପାଇଁ ପ୍ରିୟ ଲେଖିବସିଲି ମୁଁ

ଜହ୍ନରାତିର ଚିଠି।



ସୁପ୍ରଜିତ୍ କୁମାର ସାହୁ।

ଶିକ୍ଷକ,ପୋଲସରା,ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍