STORYMIRROR

SUPRAJIT SAHU

Romance

2  

SUPRAJIT SAHU

Romance

ପ୍ରିୟା

ପ୍ରିୟା

1 min
13.1K


ତୁ ଯୋଉ ହସୁନା !

ଲାଗେ ମନଗଗନରେ ଇନ୍ଦ୍ରଧନୁଟେ ଉଏଁ।

ହୃଦୟ-ବନରେ ମନର ମଇନା

କୁହୂକୁହୂ ଗୀତ ଗାଏ।

ପଲକ ପଡିଲେ ସପନରେ ଆସୁ

ପାଖେପାଖେ ବସୁ

ମତେ ଚାହିଁ ହସୁ

ହେଲେ ପଲକଟା ଯେବେ ଖୋଲିଯାଏ....

ତୁ ହଜିଯାଉ ଲହୁ ହୁଏ ପାଣି

ଦୁଇ ଆଖି ମୋର ଧୋକା ଖାଏ।

ହସରେ ରଖିଛୁ ବାନ୍ଧି ଏ ଜୀବନ

ଛଳଛଳ ନୀଳ- ନୀର ସେ ନୟନ

ଢଳଢଳ ତହିଁ ନଳିନୀ ବଦନ

ସଦା ଏ ମନକୁ ମୋହିନିଏ।


କୋଉ ଜନମର ସ୍ୱୀକୃତି ଥିଲା ପ୍ରିୟା !

ହାତରେଖା ଗଲା ମିଶି,

ଭାଗ୍ୟରେଖା ଗଲା ଦିଶି,

ତୋ'ଭାବନାରେ ଏତେଯେ ଶାନ୍ତ୍ବନା

ତୋ ସାନ୍ନିଧ୍ୟ ଦେବ କେତେ ଆଶ୍ବାସନା

ଦିବା-ବିଭାବରୀ ତୋ'କଥା ଭାବୁଥାଏ।



ସୁପ୍ରଜିତ୍ କୁମାର ସାହୁ

ପୋଲସରା,ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance