ତୁମରି ସ୍ମୃତିରେ
ତୁମରି ସ୍ମୃତିରେ
ଆଜିବି ତୁମେ ଆସୁଛ!!
ନିର୍ଜନତାର ରାଜରାସ୍ତାରେ,
କୋଳାହଳମୟ ରାଜମହଲରେ,
ସାର୍ଥକତାର ଆକାଂକ୍ଷାରେ,
ଶାନ୍ତ୍ବନାର ବୁବୁକ୍ଷାରେ.......।
ଆଜିବି ତୁମେ ହସୁଛ !!
ସାହିତ୍ୟ ବହିର ପ୍ରତିଟି ପୃଷ୍ଠାରେ,
ଜୀବନ ଗଣିତର ଜଟିଳ ପ୍ରଶ୍ନରେ,
ଅଭିଳାଷର ଆଳାପରେ,
ବେଦନାର ବିଳାପରେ........।
ଆଜିବି ତୁମେ ବାସୁଛ !!
ଅଧାଭିଜା ସେଇ ମାଟିର ବାସ୍ନାରେ,
ଜୀଇଁଛ ଏଇ ପ୍ରାଣର ତୃଷ୍ଣାରେ......।
ସୁପ୍ରଜିତ୍ କୁମାର ସାହୁ
ଭାବରଡା,ପୋଲସରା,ଗଞ୍ଜାମ

