ହେ ପ୍ରିୟତମ
ହେ ପ୍ରିୟତମ
ମୁଁ ତୁମ ଚରଣ ଦାସୀ ତୁମେ ମୋର ନାଥ
ଛୋଟ ଏକ କଥା ନେଇ କରିିଲ ଅନାଥ ।
ଅଶୋକ ବାଟିକା ସୀତା ଠାରୁ ବଳେ ଦୁଃଖ
କାହିଁ ପାଇଁ କେଉଁଁ ଦୋଷେ ହୋଇଲା ବିମୁଖ ।
ପ୍ରଭାତରୁ ରାତି ଯାଏ ଯେତେ କର୍ମ ମାନ
ନିଭାଇଛି ନଖୋଲି ମୁଁ ତୁୁଣ୍ଡରୁ ବଚନ ।
ଅବହେଳା କରି ନାହିଁ ତୁମରି ସେବାରେ
ଅନ୍ନ ବ୍ୟଞ୍ଜନ ପରଶି ଦେଇଛି ଶ୍ରଦ୍ଧାରେ ।
ଉଚ୍ଚ ସ୍ଵରେ ବାର୍ତ୍ତଳାପ କେବେ ତ କରିନି
ମୋ ଲାଗି ଆଖିରୁ କେବେ ଢାଳି ନାହଁ ପାଣି ।
ପ୍ରତି ସର୍ତ୍ତ ପ୍ରତି ଧର୍ମ କରିିିଛି ପାଳନ
ଶାଶୁ ଶ୍ୱଶୁରଙ୍କ କଥା କରିିିନିି ଅମାନ୍ୟ ।
ତୁମ ମନ ଶାନ୍ତି ପାଇଁ ମୋର ଯେତେ ଚେଷ୍ଟା
କାହିଁକି ବୁଝୁନ ପ୍ରିୟ ମୋର ଏତେ ନିଷ୍ଠା ।
ଯେତେ ଭୟଙ୍କର ହୋଇ ଆସୁ ଥାଉ ଝଡ
ବିହଙ୍ଗର ଧର୍ଯ୍ୟ ଥାଏ ବାନ୍ଧିବାକୁ ନୀଡ଼ ।
ପତ୍ନୀ ହୃଦୟରେ ସ୍ଵାମୀ ଦେବତା ସମାନ
ବିଚ୍ଛେଦ ବିରହ ବୋଳି ନିିିତି କରେ ସ୍ନାନ ।
ଘନ ବିିିିଭାବରୀ କୋଳେ ଲିଭି ଯାନ୍ତି ରବି
ପ୍ରଭାତୀ ତାରକା ପାଇ ଭାସି ଆସେ ଛବି ।
ମନର ବେଦନା ସିନା ମନେ ମରୁ ଥାଇ
ନିରିହ ଚକ୍ଷୁଟି ଥାଏ ତୁୁମ ପଥ ଚାହିଁ ।
ଅନଳ ଦହନ ଯଦି କନକ ନ ସହେ
ଆଭୂଷଣ ପ୍ରେମୀ କିିିବା ପଡିିିବେ ତା ମୋହେ ।
ତୁମେ ସିନା ହୃଦୟରୁ କରିିଲ ଅନ୍ତର
ମୁଁ କିନ୍ତୁ ନାଇବି ତୁୁମ ସୁହାଗ ସିନ୍ଦୂର ।