ହେ ନ୍ୟାୟାଧୀଶ
ହେ ନ୍ୟାୟାଧୀଶ
ହେ ମହାମହିମ ପ୍ରଭୁ ଜଗଦିଶ
ତୁମେ ଶ୍ରେଷ୍ଠ ନ୍ୟାୟାଧୀଶ
ଥାଉଁ ତୁମେ ନାଥ କାହିଁକି କାହାକୁ
ଗୁହାରିବି ମୋର ଦୁଖଃ ।
ନେଉଛି ଶପଥ କହିବି ମୁଁ ସତ
ସତ୍ୟ ଛଡା ନୁହେଁ ମିଛ
ଧନ୍ୟ ହେବ ପ୍ରଭୁ ତୁମ ବଡ଼ପଣ
କୃତଜ୍ଞ ହୋଇବ ଦାସ ।
ରଖିଛି ବିଶ୍ୱାସ ଅହି°ସା ନୀତିରେ
ଆଚରୁଛି ସ°ଯମତା
ରଖିଛି ଆୟତ୍ତେ କାମ କ୍ରୋଧ ଲୋଭ
ପାଳୁଛି ସୁମନେ ନିଷ୍ଠା ।
ଦୟାକର ପ୍ରଭୁ ଆଚାର ବିଚାର
ବ୍ୟବହାର ଶାଳୀନତା
କରେ ମୁଁ ଅର୍ଜନ ଶିକ୍ଷା ସୁସ°ସ୍କାର
ମାନବୀୟ ଗୁଣବତ୍ତା ।
ଆହରେ ମୁଁ ସଦା ବିଶୁଦ୍ଧ ବିଜ୍ଞାନ
ଜ୍ଞାନ ହିଁ ଶ୍ରେଷ୍ଠ ସମ୍ପଦ
ନ ଦିଏ କା ମନେ ଜାଣିଶୁଣି କଷ୍ଟ
ନରଖେ ମୁଁ ଭେଦବାଦ ।
ସାମାଜିକ କର୍ମ ମଙ୍ଗଳ କଲ୍ୟାଣେ
ଢାଳୁଥାଏ ମନପ୍ରାଣ
ହୋଇ ଏକନିଷ୍ଠ କରେ ମୁଁ କର୍ତ୍ତବ୍ୟ
ସୂଚାରୁରେ ସମ୍ପାଦନ ।
ଆଳସ୍ୟ ବିଳାସ ଦୁରାଚାର ଠାରୁ
ନିଜକୁ କରି ମୁଁ ଦୂର
ଦେଶସେବା ପାଇଁ ସର୍ବଦା ପ୍ରସ୍ତୁତ
ହେଉଥାଏ ଅଗ୍ରସର ।
ପାଳୁଛି ପାଳିବି ଧରମ କର୍ତ୍ତବ୍ୟ
ଜୀବନରେ ଥିବାଯାଏ
ବିରାଜ ପ୍ରଭୁ ହେ ସନାତନ ନିତ୍ୟ
ଶୁଭ୍ର ରତ୍ନ ସିଂହାସନେ ।
ବରଷକେ ଥରେ କରୁଛ ପହଣ୍ଡି
ଦେଉଛ ଦିବ୍ୟ ଦର୍ଶନ
ବଡ଼ଦାଣ୍ଡେ ତୁମେ ଶୁଣୁଛ ପ୍ରତ୍ୟକ୍ଷେ
ହରୁଛ ଦୁଖଃ କଷଣ ।
ପ୍ରତିଭାତ ହେଉ ତୁମ ସୁଦର୍ଶନ
ପ୍ରତିକ୍ଷେତ୍ରେ ଜୀବନର
ନ୍ୟାୟ ପ୍ରଶାସନ ଧର୍ମ ସୁବିମଳ
ପ୍ରଦୂଷଣ ହେଉ ଦୂର ।
-------