STORYMIRROR

Puspanjali Panda

Classics

3  

Puspanjali Panda

Classics

ହେ ନୀଲାଦ୍ରିଶ

ହେ ନୀଲାଦ୍ରିଶ

1 min
187


ଆହେ ପ୍ରଭୁ ନୀଳାଦ୍ରିଶ,

ଶୁଷ୍କ ମନ ପଲ୍ଲବିତ

ଚର୍ମ ଚକ୍ଷୁ ଲଭିବ ଯେ 

ତୁମ୍ଭ ଦର୍ଶନ

ସାରି ନବଦିନ ଯାତ୍ରା

ଫେରୁଛ ହେ ଜଗତ୍ କର୍ତ୍ତା

ତୀବ୍ର ଧାବମାନ ଭବେ

ଜଡ଼ ଚେତନ।



ପୂର୍ଣ୍ଣ ହେବ ଶ୍ରୀମନ୍ଦିର

କୋଳାହଳ ଦର୍ଶନ ର

ବାଜିଲାଣି ମଣିମା ହେ  

ବିଜେ କାହାଳୀ

ଜନ୍ମବେଦୀ ଲୀଳା ସାରି

ଭ୍ରାତା ଭଗ୍ନୀ ସଙ୍ଗେ ଧରି

ରଥାରୁଢ଼ ହୋଇଲଣି

 ଶ୍ରୀ ବନମାଳୀ।


ଘଟ ,ମର୍ଦ୍ଦଳ ,ବନାଟୀ

ଆଲଟ, ଚାମର ,ଛତ୍ରୀ

କି ସୁନ୍ଦର ଟାହିଆରେ 

ଶ୍ରୀଅଙ୍ଗ ଶୋଭା

ବ୍ରହ୍ମତତ୍ୱ ଶ୍ରେଷ୍ଠ ଦାରୁ 

ବାହୁଡା ରଥ ଉପରୁ

ବିଛୁରିତ ଅଲୌକିକ 

ସୁନ୍ଦର ଆଭା।


ଲକ୍ଷ୍ମୀ ଙ୍କ ମାନଭଞ୍ଜନ 

ଦେଖିବେ ଜଗତ ଜନ

ସ୍ୱାଦଯୁକ୍ତ ରସଗୋଲା 

ଉପହାରରେ

ଦ୍ୱାର ଫିଟା କଳି ପର୍ବ

ସତେକି ନାଟ ମାନବ

ମାନମୟୀ ମାନ ଭାଙ୍ଗେ

ଅବଶେଷରେ।


ଅଧର ମଧୁର ପେୟ

ନୀଳାଦ୍ରିଶ ବାଣ୍ଟିଥାଅ

ଭୁତ ,ପ୍ରେତ ଚଣ୍ଡୀ ,ଚାମୁଣ୍ଡା 

ଙ୍କୁ ଗୋସାଇଁ 

ଅନ୍ତିମ ପର୍ବରେ ସର୍ବେ 

ତ୍ରାହି ତ୍ରାହି ଡାକୁଥିବେ

ଜୀବନରୁ ଯାତନାର 

ମୁକ୍ତି ମିଳଇ।

 

ନୀଳାଦ୍ରିଶ ଶୁଭିଲାଣି 

ଅତି ଶୁଭ ଶଙ୍ଖଧ୍ୱନୀ

ବିଜେକର ମହାପ୍ରୁ 

ଶ୍ରୀ ନୀଳକନ୍ଦର

ମନ୍ତ୍ରଧ୍ୱନୀ ର ଓଁକାର 

ନେତ ଶ୍ରୀ ନୀଳଚକ୍ରର

ଉତ୍ଫୁଲିତେ ଉଡୁଅଛି 

ଯେ ଫର ଫର୍ ।


ହାତଟେକି ତୁମ ଆଗେ 

ବାରବାର ମୋକ୍ଷ ମାଗେ

ଜୀବନେ ଅର୍ଜିଛି ପାପ 

ପୁଣ୍ୟ ମୁଁ ଯାହା

ନିଳାଦ୍ରି ବିଜୟ ଦେଖି

କଟୁ ତ୍ରାସ ଚକାଆଖି

ପିଣ୍ଡ ରୁ ଏ ପ୍ରାଣ ଛାଡୁ 

ହେ ଚଉବାହା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics