ହେ ମୋର ପ୍ରିୟ କଲମ
ହେ ମୋର ପ୍ରିୟ କଲମ
ହେ ମୋର ପ୍ରିୟ କଲମ
ଭାବୁଛି ଲେଖିବି ଭଲ ବିଷୟ
ଅଥୟ ତୁ ମନ କରନା
ସତ୍ୟ ପଥର ତୁ ଅଟଳ ସଙ୍କେତ
ନତ ମସ୍ତକ ହୁଅନା ।
ହେ ମୋର ପ୍ରିୟ କଲମ !
ଅଚିରେ ପାଷାଣ
ଅଚିରେ ଉନ୍ମୁକ୍ତ
ନିଷ୍କପଟ ତୋ ହୃଦୟ
ସବୁରି ପାଖରେ ଦାସତ୍ୱର ଭାର
ସଦା ରଖିଥାଉ ମାନ ସମ୍ମାନର
ମାନବ ଜାତିର ଶ୍ରେଷ୍ଠତାତୁ
ନବ ସୃଷ୍ଟି କର୍ତ୍ତା ପ୍ରେମିକ ପ୍ରେମିକା
ଲେଖନିର ମୂଳ ତୁହିରେ କିଣକିଙ୍କର ।
ହେ ମୋର ପ୍ରିୟ କଲମ !
ପ୍ରେମିକା ପତ୍ରର ଅଟଳ ଦ୍ରୁମ ତୁ
ଉଚ୍ଚ କର୍ମ କର୍ତ୍ତାଙ୍କ ସାଧନ
ଉଚ୍ଚ ନୀଚ୍ଚ ତୋ ମନ
ନ ଥାଇ ଭାଵ ଭେଦ
ରଖୁ ଲୋକଙ୍କ ତୁ ମନ ସମ୍ମାନ ।
ହେ ମୋର ପ୍ରିୟ କଲମ !
ହର୍ସିତ୍ ବଦନେ ଗର୍ବିତ ଅଶ୍ରୁ
ବାହି ଥାଉ ଫର ଫର ।
ଦୁଃଖିତ ମନେ ଦରଦ ଅଶ୍ରୁ
ଝରାଇ ଥାଉ ଝର ଝର ।
ଜୁଆର ସମ ତୋ ହୃଦୟ ଆବେଗ
ଶ୍ଵେତ ପ୍ରାନ୍ତରର ବକ୍ଷ ଦେଶରେ
ଅବାଟ ବାଟର ଜୟୀ
ଅନନ୍ତ କଳ୍ପନାର ଦିଗ୍ ବିଜୟୀ
ହେ ମୁକ ସାକ୍ଷୀ !
ମୋର ପ୍ରିୟ କଲମ ।

