ହେ ମହାବାହୁ
ହେ ମହାବାହୁ
କୋଟି କୋଟି ଜୀବ ଙ୍କ ଅନ୍ନଦାତା
ପାଳନ କରୁଛ , ସଂହାର ବି କରୁଛ
ତୁମରି କରୁଣା ବାରି ବିଛୁରିତ ଅତ୍ର ଯତ୍ର ସର୍ବତ୍ର,
ଯାହାକୁ ମାପି ହୁଏ ନାହିଁ।
ତୁମର ମହିମା କୁ ଜଳିବାକୁ ଶକତି ମୋ ନାହିଁ,
ମଣିଷ ମାତର,
ତୁମ ଲୀଳା ଖେଳା ଏକା ତୁମକୁ ହିଁ ଜଣା
ଏତେ ବିଶାଳ ପୃଥିବୀ, ମନୋରମ ପ୍ରକୃତି
ପାହାଡ, ପର୍ବତ, ଗିରି, କାନ୍ତାର ,
ଝରଣା, ନଦୀ, ଅଦୃଶ୍ୟ ପ୍ରଭଞ୍ଜନ
ନିଳୀମା ଗଗନ, ଏଇ ଭଳି ଅନନ୍ୟ
ସୃଷ୍ଟି ଓ ତାହାର ସରଂକ୍ଷକ।
ଭାବିଲା ବେଳକୁ ମଥା ନଇଁ ଯାଏ
ବିଶ୍ଵାସର ସ୍ରଷ୍ଟା ତୁମେ, ଭରସାର
କେନ୍ଦ୍ର ତୁମେ, ଯେଉଁଠି ବିଶ୍ୱାସ ହୁଡେ
କାହାରି ସ୍ଥିତି ରହେନା।
ହେ ମହାବାହୁ
କହିବାକୁ କିଛି ନାହିଁ
ମାଗିବାକୁ କିଛି ନାହିଁ
ତୁମ ଛଡା ଆଉ କିଛି ଲୋଡା ନାହିଁ।