STORYMIRROR

Kabiratna Nutan Kumar Behera

Action Classics

3  

Kabiratna Nutan Kumar Behera

Action Classics

ଜୀବନ ଏକ ଭଗ୍ନାଂଶ

ଜୀବନ ଏକ ଭଗ୍ନାଂଶ

1 min
181

ଜୀବନ ଏକ ଭଗ୍ନାଂଶ

ଜଞ୍ଜାଳର ଲବକୁ

କର୍ମର ହରରେ ହରିଲେ

ରହେ ଖାଲି ଭାଗଶେଷ,

ସମୀକରଣ ତାର

ସର୍ବଦା ଜଟିଳ

ସମାଧାନ କରୁ କରୁ

ସମୟ ଲାଗେ ବହୁ ଅଧିକ

ସମାଧାନ ନ ହୋଇ ବି

ବେଳେ ବେଳେ 

ସରି ଆସେ ଆୟୁଷ।

ତିନି କାଳ ପରି

ତିନି ପ୍ରକାର ଭଗ୍ନାଂଶ

ପ୍ରକୃତ ଅପ୍ରକୃତ ମିଶ୍ର

ବ୍ୟବହୃତ ହେଉଥାଏ

ଭିନ୍ନ ଭିନ୍ନ କ୍ଷେତ୍ରେ ବିଶେଷ,

ସଂପର୍କର ଯୋଗ ସୂତ୍ର

ରକ୍ଷାକରି ଜୀବନ ଗଣିତେ

ଆସେ ଯେତେ ଧାରା

କରିବାକୁ ହୁଏ

ଧରି ଧୈର୍ଯ୍ୟ ଓ ସାହସ।

ଜୀବନ ଖାତାରେ

ଲିପିବଦ୍ଧ କରୁଥିଲେ

ଯେତେ ବି ଅଙ୍କ

ହୁଏନା କେବେ ପୂର୍ଣ୍ଣାଂଗ

ରହିଥାଏ ଅବଶୋଷ,

ମୂଲ୍ୟାୟନରେ

ଫଳାଫଳ ତା ବିଯୁକ୍ତାତ୍ମକ

ମନ ମୂଳେ ରହେ କ୍ଲେଶ।

ଜୀବନ ଏକ ଭଗ୍ନାଂଶ

ନିୟମ ନୀତି ମାନି

ଶାନ୍ତି ଶୃଙ୍ଖଳାରେ 

ବ୍ୟବହାର କଲେ ସୂତ୍ର

ସହଜ ହୁଏ ସମାଧାନ

ଅଭ୍ୟସ୍ତ ହୁଏ ଗାଣିତିକ

ଆସେ ଦୃଢ ଆତ୍ମବିଶ୍ୱାସ,

ଭୁଲ୍ ହିସାବରେ

ରହେ ଅସମାହିତ

ଭଗ୍ନାଂଶକୁ ନ ଭାଙ୍ଗି

କରୁଥାଏ ତାର ଅପଭ୍ରଂଶ।

ସରଳ ଶାନ୍ତ ମାସିକତାରେ

ବହୁ ଜଟିଳ ପ୍ରଶ୍ନ

ଅନାୟାସେ କରିହୁଏ

ଉଚିତ ସମାଧାନ

ଲାଗେ ପ୍ରାଞ୍ଜଳ ସରସ,

ଅଭିଜ୍ଞତା ଅନୁଭୂତି

ନେଇ ହୁଏ ଜଣେ ଦକ୍ଷ

ପରିପକ୍ୱ କରି ତା

ମେଧାଶକ୍ତିର ବିକାଶ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action