ହେ ଜଗତର ବନ୍ଧୁ
ହେ ଜଗତର ବନ୍ଧୁ
ବନ୍ଧୁ ହେ
ଭରୋସା ଭି ମୋର ଭକତି ଭି ମୋର,
ଜୀବନରେ ପ୍ରଭୁ ଆଧାର ତୁ ମୋର।
ଜାଣିନି ଜୀବନେ ଅନ୍ୟ କିଛି ମୁହିଁ,
ଚରଣ ରେ ଭକ୍ତି ରଖି ଅଛି ମୁହିଁ।
ବନ୍ଧୁ ହେ
ନିତ୍ୟେ ହୃଦୟରେ ଗୁଞ୍ଜେ ତୋର ନାମ,
ସକାଳ ସନ୍ଧ୍ୟାରେ ଗାଏ ତୋର ନାମ।
ପ୍ରଭୁ କର୍ମପଥେ ଜ୍ଞାନକୁ ଭରିବ,
ସବୁ ଅସମ୍ଭବ ସମ୍ଭବ କରିବ।
ବନ୍ଧୁ ହେ
ଅନାଦି ଅନନ୍ତ ପ୍ରଭୁ ଜଗନ୍ନାଥ,
ପ୍ରଭୁ ସୃଷ୍ଟିକର୍ତ୍ତା ଜଗତର ନାଥ,
ପ୍ରଭୁ ଦାରୁବ୍ରହ୍ମ ବଡ଼ ଠାକୁରହେ
ଜଗତ ମଙ୍ଗଳ କରିବେ ନାଥ ହେ।
ବନ୍ଧୁ ହେ
ସାଗର କୁଳରେ ବିରାଜ ପ୍ରଭୁ ହେ,
ନୀଳଚକ୍ର ଉଡେ ବିଶ୍ବର ହୀତେ ହେ,
ଗୁଞ୍ଜେ ବଡ଼ଦାଣ୍ଡେ କାଳିଆ କାଳିଆ
ଭକ୍ତିରେ ପାଗଳ ହୁଏରେ ଭକ୍ତିଆ।
ବନ୍ଧୁ ହେ
ତୁହି ମୋର କୃଷ୍ଣ ବଂଶୀଧାରୀ ହେ,
ମୋର ରାମ ତୁହି ଧନୁର୍ଦ୍ଧର ହେ।
ଦାରୁବ୍ରହ୍ମ ତୁହି ଜଗନ୍ନାଥ ହେ,
ଅର୍ପଣ କରିଛି ସବୁତ ମୁହିଁ ହେ।
ବନ୍ଧୁ ହେ
ପଥ ଭ୍ରଷ୍ଟ ନହୁ କର୍ମପଥେ ମୋର,
ଧର୍ମ ଭ୍ରଷ୍ଟ ନହୁ କର୍ତ୍ତବ୍ୟ ପଥର।
ସତ୍ୟଭ୍ରଷ୍ଟ ନହୁ ବଚନେ ମୋହର
ସେବାଭାବ ରହୁ ରାଷ୍ଟ୍ରର ହୀତର।
ବନ୍ଧୁ ହେ
ଜନସେବ ହେଉ ଜୀବନର ମନ୍ତ୍ର,
ସେବା ପିତୃମାତୃ ହେଉ ଗୃହ ମନ୍ତ୍ର।
ସମଭାବ ରହୁ ଜନଙ୍କ କଲ୍ୟାଣେ,
ରହୁ ପ୍ରେମ ପ୍ରୀତି ରାଷ୍ଟ୍ରର ନିର୍ମାଣେ।
ବନ୍ଧୁ ହେ
ପ୍ରେମ ମାତୃଭାଷା କର୍ମପଥେ ରହୁ,
ଭକ୍ତି ତବ ପ୍ରଭୁ ଜ୍ଞାନପଥେ ରହୁ।
ଅହିଂସାର ଭାବ ରହୁ ହୃଦୟ ରେ,
ଧର୍ମଜ୍ଞାନ ରହୁ ଜୀବନ ଯାତ୍ରାରେ।
ବନ୍ଧୁ ହେ
ଗୁହାରି ଏତିକି କରେ ଜଗନ୍ନାଥେ,
ରଖିଥିବ ମୋତେ କର୍ତ୍ତବ୍ୟର ପଥେ,
ନାହିଁଇଚ୍ଛା କିଛି ଜୀବନେ ଯାତ୍ରାରେ,
ଧ୍ୟାନ ଦେଉ ଥିବ ଅଜ୍ଞାନୀ ପୁତ୍ରରେ।
ବନ୍ଧୁ ହେ
ଜୀବନ ତହର କର୍ତ୍ତବ୍ୟ ମୋହର,
ନହୁ ମତିଭ୍ରମ କର୍ତ୍ତ୍ୟବରେ ମୋର,
ଅବାଟକୁ ଗଲେ ବାଟେ ଆଣୁଥିବ,
ମନୁଷ୍ୟ ଜୀବନ ସାର୍ଥକ କରିବ।
.