ହେ ଈଶ୍ୱର
ହେ ଈଶ୍ୱର
ହେ ଈଶ୍ଵର ତୁମେ ପୂର୍ଣ୍ଣ ଓ ପରିପୂର୍ଣ୍ଣ
ଏଇ ଆକାଶର ନୀଳ ଅମ୍ଵରେ-
ଦିଶଇ ତୁମର ଚିହ୍ନ,
ନିରାକାର ତୁମେ କିଏ କହିବ ସେ
ମହାଶୂନ୍ୟ ରେ ଝଲକେ ଝଲସେ
ନିରାଶ ପରାଣେ ପଲକେ ପରଶେ
ସେଇତ ତୁମରି ବର୍ଣ୍ଣ
ଦର ଦର ତୁମ ବାସ୍ନା । ଗୋ ତୁମ ବାସ୍ନା
ମନ୍ଦ ଶୀତଳ ଅନୀଳ ହରଇ
ପିପାସୀ ମନ ର ତୃଷ୍ଣା,
ଗନ୍ଧ ବିହୀନ କିଏ କହିପାରେ
ପ୍ରକୃତି ର ଏକ ମୁକ୍ତ ବୁକୁରେ-
ମଧୂ ସଉରଭ ସଜ କୁସୁମରେ-
ତୁମ ମୋର ହୁଏ ଚିହ୍ନା
ଘୋର ଘର୍ଘର ଶଦ୍ଦ । ଗୋ ତୁମ ଶଦ୍ଦ
ସସାଗରା ଧରା ମୁଖରିତ କରେ-
ପରିପୂର୍ଣ୍ଣତା ନାଦ,
କେ କହେ ଅତିତ ତୁମେ ଶଦ୍ଦର
ଶ୍ରୁତି ପଥେ ଶୁଭେ ମଙ୍ଗଳ ସ୍ଵର
ଓଁ କାର ଧ୍ଵନି ଆହାକି ମଧୂର
କର ବିମୋହିତେ ସ୍ତବ୍ଧ
ସତେକି କୋମଳ ସ୍ପର୍ଶ । ଗୋ ତୁମ ସ୍ପର୍ଶ,
ପରାଣେ ପରାଣେ ଶିହରଣ ତୋଳେ-
ଆମୋଦେ ପ୍ରମୋଦ ହର୍ଷ,
କିଏ କହେ ତୁମେ ସ୍ପର୍ଶ ବିହୀନ
(ହେ) ଶାଶ୍ଵତ-ଦିବ୍ୟ-ପୁରୁଷୋତ୍ତମ
ସର୍ବ ବ୍ୟାପକ ସୁନ୍ଦର ତୁମ
ଅବିସ୍ମରଣୀୟ ସ୍ପର୍ଶ
