Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

3.5  

Niranjan Mishra

Abstract

ହେ ଗୁରୁ ତୁମେ ମଙ୍ଗଳମୟ

ହେ ଗୁରୁ ତୁମେ ମଙ୍ଗଳମୟ

1 min
218



ହେ ଗୁରୁ ତୁମେ ମଙ୍ଗଳମୟ 

କରୁଣା ବରୁଣାଳୟ ।

ତୁମ ଶ୍ରୀଚରଣେ ରହୁ ମୋର ଚିତ୍ତ 

ଏଇ ମୋର ଅଭିପ୍ରାୟ ।୦।

ଅଜ୍ଞାନ ତିମିରେ ତୁମେ ହିଁ ଆଲୋକ 

ଧନ୍ୟ ମୋର ଗୁରୁବର ।

ତୁମକୁ ପାଇ ମୋ ଜୀବନ ଉଜ୍ଜ୍ବଳ 

ତୁମେ ମୋହର ଈଶ୍ବର ।୧।

ତୁମେ ଜ୍ଞାନଦାତା ଦଇବ ବିଧାତା 

ତୁମେ ମୋ ଜୀବ ଜୀବନ ।

ତୁମ ଶ୍ରୀଚରଣେ ଅରପି ଦେଇଛି 

ଏଇ ମୋର ତନୁ ମନ ।୨।

ଶରଣାଗତ ମୁଁ ଶ୍ରୀଚରଣେ ତୁମ 

ଆହେ ଅଗତିର ଗତି ।

ତୁମେ ମାତା ପିତା ତୁମେ ବନ୍ଧୁ ଭ୍ରାତା

ତୁମେ ମୋହର ଶକତି ।୩।

ତୁମେ ସଖା ବିଦ୍ୟା ତୁମେ ମୋର ଧନ

ଆହେ ପରାଣ ଈଶ୍ବର ।

ହେ ଗୁରୁ ତୁମେ ମଙ୍ଗଳମୟ 

ତୁମେ ମୋ ହୃଦୟେଶ୍ୱର ।୪।

ତୁମେ ଆଦିଦେବ ତୁମେ ଦେବ ଦେବ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ।

ତୁମେ ସର୍ବଦେବ ମୋହର ହେ ଦେବ 

ତୁମେ କୃପା ଅକୂପାର ।୫।

ମଙ୍ଗଳ ପ୍ରଭାତେ ଶୁଭ ସାୟାହ୍ନରେ 

ତୁମ ନାମ ଗାଇ ଗାଇ ।

ଆନନ୍ଦେ ମଗନ ହେଉଥିବି ମୁହିଁ 

ତୁମରି ସ୍ୱରୂପ ଧ୍ୟାୟି ।୬।

ତୁମ ଆଲୋକରେ ଆଲୋକିତ ହୋଇ 

ଯାଉ ଏ ଜୀବନ ମୋର ।

ହେ ଗୁରୁ ତୁମେ ମଙ୍ଗଳମୟ

ଏତିକି କରୁଣା କର ।୭।

ଜନମ ମରଣ ମୋ ପାଇଁ ସମାନ 

ତୁମ ଶ୍ରୀଚରଣେ ରତି ।

ରହୁ ସଦା ମୋର ହେ ମଙ୍ଗଳମୟ 

ଘେନିବ ଏ ମୋ ବିନତି ।୮।



Rate this content
Log in

Similar oriya poem from Abstract