STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ହେ ଗୁରୁ ଦେବ

ହେ ଗୁରୁ ଦେବ

1 min
276


ଗୁରୁ ତୁମେ ଏକା ଜ୍ଞାନ ଦେବ ମୋତେ

ମୋ ଜୀବନ ଦୁଃଖ ହରି ନେବ ଯେତେ।

ତୁମ ବିନା କିଏ ସାହା ହେବ ମୋର

ତୁମେ ଏକା ଗୁରୁ ମୋ ଜୀବନ୍ତ ଠାକୁର।

ତୁମେ ମୋ ମନରେ ଭକ୍ତି ଭରି ଦେବ

ତୁମେ ମୋ ଜୀବନେ ଆନନ୍ଦ ଆଣିବ।

ତୁମେ ମୋ ବଞ୍ଚିବାର ରାହା ହୋଇ ରହିବ

ସତ୍ୟପଥେ ଯିବାକୁ ସାହା ହୋଇଥିବ।

ମୋ ବିପତ୍ତିକୁ କିଏ ଅବା କରିବ ଦୂର

ତୁମ ବିନା ସଂସାର ଲାଗୁଅଛି ଯେ ପର।

ତୁମେ ଧର୍ମର ପଥ ମୋତେ ଦେଖାଇ ଦେବ

ତୁମେ ମୋ ଜୀବନକୁ ଦିବ୍ୟ କରି ଗଢ଼ିବ।

ତୁମରି ଚରଣେ ଶାନ୍ତି ମିଳିଯାଏ ମୋତେ

ଭବ ସାଗରରୁ ଉଦ୍ଧାର କରିବ କରୁଣା କରି କିଞ୍ଚିତେ।


Rate this content
Log in

Similar oriya poem from Inspirational