STORYMIRROR

Narayan chandra Senapati

Abstract

2  

Narayan chandra Senapati

Abstract

ହେ ଦୁଃଖ

ହେ ଦୁଃଖ

1 min
87

  ହେ ଦୁଃଖ

କାହିଁ ଆସ ଧରି ଅମାନ୍ଧକାର

ବାନ୍ଧି କଳାପଟି

କରି ବଞ୍ଚିତ ଅନୁପମ ଦର୍ଶନ

ହୃଦୟକୁ କରି ଅନ୍ଧ

ଦେଇ ବାରମ୍ବାର ଶତସହସ୍ର ଧିକ୍କାର


ତୁମେ ତ ଜାଣିଛ

ମୋ ସ୍ବପ୍ନ ହିଁ ଥିଲା ଜୀବନ

ଆବେଗ ହିଁ ଭରୁଥିଲା

ପ୍ରତିକ୍ଷଣେ ସ୍ପନ୍ଦନର ମୃଦ୍ୟୁ କମ୍ପନ

କଅଁଳିଆ ସ୍ବପ୍ନଟାକୁ ଭାଙ୍ଗି

କେମିତି ଇଚ୍ଛାକଲ କରିବାକୁ ତିରସ୍କାର

ଆମନ୍ତ୍ରଣ କରି ତିରସ୍କାର ଘନଘନ


ଶରଧାର ତୂଳୀରେ ଆଙ୍କିଥିଲି

ଆଶାର ଅମରାବତୀ

ପ୍ରୀତିର ସଜ ପରଶରେ ତୋଳିଥିଲି

ମମତାର ସରଗପୁର

ହେଲେ ତୁମ ଛଦ୍ମରୂପ ଚକାଭଉଁରୀଟା

ସବୁକିଛି ଭାଙ୍ଗିଦେଲା

ଭାଗ୍ୟଟା ଦୁର୍ଭାଗ୍ୟରେ ରୂପାନ୍ତରିତ ହୋଇ

ସବୁକିଛି ଶୁନଶାନ କରିଦେଲା


ହେ ଦୁଃଖ

ଫେରିଯାଅ ତୁମ ଇଲାକାକୁ 

ବର୍ତ୍ତିବାକୁ ସଭିଙ୍କଠୁ ଅଭିଶାପ

ସହାନୁଭୁତିର ଏକକରେ 

ତୁମ ସ୍ନେହ ଦୟାର ପରିମାଣକୁ ମାପ

ପାଇବାକୁ ପ୍ରଶଂସା ଓ ଆଶ୍ୱାସନା

କାଢିଆଣ ପ୍ରତି ହୃଦୟରୁ 

ଦେଇଥିବା ଅଜସ୍ର କଷ୍ଟ ଓ ଯନ୍ତ୍ରଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract