STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ହେ ଚକାନୟନ

ହେ ଚକାନୟନ

1 min
233


ଚକାନୟନ ମନ ମୋହନ

ଅଗତି ର ଗତି ଦୀନ ଦୁଃଖ ନାଶନ

ଜଗତ ଜୀବନ କଳା ବଦନ

ନୀଳାଚଳିଆ ମୋ ନନ୍ଦ ନନ୍ଦନ।

ଭକତ ବାନ୍ଧବ ହେ ଜଗତ ପତି

ଦୟା ସାଗର ଦେବ ଦୁଃଖୀ ସମ୍ପତ୍ତି

ଭାବ କୁ ନିକଟ ଅଭାବ ରେ ଦୂର

ନୟନ ତାରା ମୋ ହୃଦ ଚନ୍ଦନ।

ନୀଳା ଚଳିଆ ମୋ ନନ୍ଦ ନନ୍ଦନ

ମାଗୁ ନାହିଁ ମୁଁ ଧନ ମାଗୁନି ଜନ

ମଗୁନାହିଁ ଐଶୂର୍ଯ୍ୟ ସୁଖ ସପନ

ତୋ ନାମ କୁ ଗାଇ ତୋ ରୂପକୁ ଧ୍ୟାୟୀ

ବିତି ଯାଉ ମୋର ରଜନୀ ଦିନ।

ନୀଳା ଚଳିଆ ମୋ ନନ୍ଦ ନନ୍ଦନ

ନୀଳା ଚଳିଆ ମୋ ନନ୍ଦ ନନ୍ଦନ ।।


Rate this content
Log in

Similar oriya poem from Inspirational