ହେ ବନ୍ଧୁ
ହେ ବନ୍ଧୁ
ହେ ବନ୍ଧୁ ତୁମେ କାହିଁକି ଅଟକି ଗଲ
ଚାଲିଥିଲ ହାତଧରି ମୁଁ ବି ଚାଲୁଥିଲି
ତୁମ ହାତଧରି ସମୟର ସ୍ରୋତରେ,
ହେଲେ କାହିଁକି ଆଜି ଏ ନିରବତାର ଝଡ
ଉଙ୍କିମାରେ ମନେ ମୋର ଅନେକ ଭାବନା
ଅଭିମାନ କରିଛକି ତୁମେ ନା ନେଉଛ
କିଛି ସମୟ ପାଇଁ ପରୀକ୍ଷା ,
ମୁଁ ଅପେକ୍ଷାରତ ମଣିଷଟିଏ ଚାହିଁ ରହିଛି
ତୁମର ସେହି ସ୍ନେହ ଶ୍ରଦ୍ଧା ଆଦର
ଭଲପାଇବାର ଶିକୁଳି ର ବନ୍ଧନକୁ
କିଛି କହିଦେଲେ ମନ ମୋର
ହେଇଯାଏ ହାଲୁକା ତୁମ ସେହି ଥିମରେ,
କହିଦିଅ ଥରେ ତୁମ ମନର କଥାକୁ
ସବୁଦିନ ଦେଖୁଛି ମୁଁ ମୋ ମନ ଝରକା ଖୋଲି
ହେଲେ ତୁମେ ତ ଆସୁନାହିଁ
ହେ ବନ୍ଧୁ ତୁମେ କରନାହିଁ କପଟ
ମୋର ସରଳତା ପଣରେ।
