STORYMIRROR

Bharatabandhu Biswal

Tragedy Classics Inspirational

3  

Bharatabandhu Biswal

Tragedy Classics Inspirational

ହେ ଭଗବାନ ତୁମେ ତ ମୋ ଜୀବନ

ହେ ଭଗବାନ ତୁମେ ତ ମୋ ଜୀବନ

1 min
157


ହେ ଜଗନ୍ନାଥ ଜଗତର ନାଥ ଦାରୁଭୂତ ପର°ବ୍ରହ୍ମ 

କିମ୍ପାଇଁ ହେଉଛ ଏଡିକି ନିଷ୍ଠୁର ଦୂରିତ କର ଖଣ୍ଡନ

 

ତୁମେ ଥାଉଁ ପ୍ରଭୁ  ଅଗତି ଦୁର୍ଗତି

     ଜୀବନ ନୁହେଁ ସ୍ୱଚ୍ଛନ୍ଦ

ଘାରେ ଦୁଃଖ କଷ୍ଟ  ରୋଗ ମହାମାରୀ

      କାନ୍ଦୁଛି ମଣିଷ ହୃଦ

ଉଡୁଅଛି ବାନା    ପତିତପାବନ

     ବଡ଼ଦାଣ୍ଡ ଭକ୍ତ ଶୂନ୍ୟ ।


ସିଂହ ଦୁଆରରେ   ଗୁହାରେ ଭକତ

    ନୀରବରେ ଅଶ୍ରୁ ଢାଳେ

ବଧିର ହେଲକି   ଶୁଭୁ ନାହିଁ କର୍ଣେ

    ଦିଶୁନି ବି ଚକାଡୋଳେ

ଶୁଣ ହେ ଠାକୁର   କାଳିଆ ସାଆନ୍ତ

     ଦିଅ ବାରେ ଦରଶନ ।


କଳା ଶ୍ରୀମୁଖକୁ   ନ ଦେଖିଲେ ମନ

      ଜୀବନ ହୁଏ ଅଥୟ

ହର ପାପ ତାପ    କଳିର କଳ୍ମଷ

      କୃପାକର ଦୟାମୟ

ତୁମେ ଗତିମୁକ୍ତି     ହେ ଭଗବାନ

      ତୁମେ ତ ମୋ ଜୀବନ ।

        



Rate this content
Log in

Similar oriya poem from Tragedy