ହେ ଭଗବାନ-ସଦଗତି ତାଙ୍କୁ ଦିଅ
ହେ ଭଗବାନ-ସଦଗତି ତାଙ୍କୁ ଦିଅ
ଟିକି ପ୍ରଦୀପଟି ଜଳି ଜଳି ନିଜେ
ଦେଖାଏ ଆଲୋକ ପଥ
ପାଳଇ ସ୍ୱଧର୍ମ ହେଉ ପଛେ ସିଏ
ପ୍ରଜ୍ଜ୍ୱଳିତ ନିର୍ବିଶେଷ ।
ବଳ ଅହଙ୍କାରେ ହରାଏ ମଣିଷ
ହିତାହିତ ବୁଦ୍ଧି ଶୁଦ୍ଧି
ହତ୍ୟା ଓ ଲୁଣ୍ଠନ ଯୁଦ୍ଧ ବିଭୀଷିକା
ପାପାଚାର ହୁଏ ବୃଦ୍ଧି ।
ସତ୍ୟ ସନାତନ ଆଲୋକ ବର୍ତ୍ତିକା
ପାଷାଣ୍ଡଙ୍କୁ ବିଷପିତା
ବିନାଶନ୍ତି ପ୍ରାଣ ଆଚରନ୍ତି ହି°ସା
ପ୍ରତାଡନ୍ତି ମିଥ୍ୟା କୁତ୍ସା ।
ଆଦର ସମ୍ମାନ ସହ ଅବସ୍ଥାନ
ସଦାଚାର ସୁବିଚାର
ନ ଜାଣନ୍ତି ମୁର୍ଖ ଜନମ ଜାତକେ
ନର୍କକୀଟ ସିଏ ହି°ସ୍ର ।
ଜ୍ଞାନ ଦରଶନ ସାହିତ୍ୟ ସ°ସ୍କାର
ଆସ୍ଥା ସଦ୍ଭାବନା କେନ୍ଦ୍ର
ଧ୍ୱଂସ ସ୍ତୁପ କରେ ପାପିଷ୍ଠ ପାମର
ରଚେ ହୀନ ଷଡ଼ଯନ୍ତ୍ର ।
ଆତ୍ମ ବଳିଦାନ ଦିଅନ୍ତି ମହାତ୍ମା
ଦିବ୍ୟଦେହ ହୁଏ ଦାହ
ଉଚ୍ଚରନ୍ତି ସାଧୁ ପ୍ରଭୁ ଭଗବାନ
ସଦଗତି ତାଙ୍କୁ ଦିଅ ।
-------