STORYMIRROR

DR SAMIR RANJAN BEHERA

Abstract Classics Inspirational

4  

DR SAMIR RANJAN BEHERA

Abstract Classics Inspirational

ହେ ବାପା

ହେ ବାପା

1 min
161

ବାପା ତୁମେ ମୋର

ବିଶ୍ୱସ୍ତ  ସାଥିଟେ 

ଜୀବନର ପ୍ରତିଟି ପାହାଚରେ 

ସଂଘର୍ଷର ପ୍ରତିଟି ରକ୍ତବିନ୍ଦୁରେ

ସ୍ୱାଭିମାନର ଉଚ୍ଚ ଶିଖରରେ l


କେତେ କରିଛି ମୁଁ ଅନୁଭବ 

ତୁମ ନୀରବ ସଂଘର୍ଷର ଅନ୍ତଃସ୍ୱର 

କେତେ ଯେ ଲୁଚାଇ ରଖିଛ ତୁମେ 

ମନରେ ଅମାପ ଦୁଃଖ ସାଗର l


ହସିହସି ତୁମେ କେତେ ଯେ ପିଇଛ

ହଳାହଳର ବିଷ 

ସହି ଯାଇଅଛ ସବୁ ଝଡ ଜଞ୍ଜାଳ

ଦେଖିବାକୁ ତମ ସଂସାରର ଟିକେ ସୁଖ l


ହାତ ଧରି ବାପା ତୁମେ ଯେ ମୋତେ 

ଚାଲିବା ଶିଖାଇଛ

ସରଗ ଚାନ୍ଦ ଭାବି ମୋତେ ତୁମେ 

କେତେ ଯେ କାନ୍ଦରେ ବସାଇଛ  l


ବାଟବଣା ହୋଇ

ଅବାଟରେ ଗଲେ 

ଭଲ ବାଟ ଦେଖାଇଛ

ଅମାନିଆ ହେଲେ ବୁଝେଇ ଦେଇଛ

ଶାସନ ବି ତୁମେ କରିଅଛ l


ଭଲ ମଣିଷଟେ କରିବା ପାଇଁକି

କେତେ ସ୍ବପ୍ନ ଦେଖିଅଛ

ଖରା ବର୍ଷାକୁ ଯେ ସମାନ କରିଣ 

ଜୀବନ ପଥେ ଚାଲିଅଛ ।


ବାପା ପାଇଁ ପିଲା ସମାଜ ଆଗରେ

ପରିଚୟ ପାଇଥାଏ

ବାପା ଥିଲା ପିଲା ଅମାପ ସାହସ

ସଭାରେ ହାରି ନ ଥାଏ  l


ଛାଇସମ ସିଏ ପଛରେ ଥାଆନ୍ତି

ସବୁ ସମସ୍ୟା ପଥରେ 

ପର୍ବତ ସମ ଛିଡା ହେଇଥାନ୍ତି

ସବୁ ବିପଦ ଆଗରେ  l


ଦୁନିଆ ଭିଡରେ ବାପାର ମୂଲ୍ୟ

ଅଟେ ଯେ ଅମୂଲ ମୂଲ

ତାଙ୍କ ଅବଦାନ ଅଟେ ଯେ ଅମାପ 

ଈଶ୍ୱର ସମ ତୁଲ୍ୟ  l



Rate this content
Log in

Similar oriya poem from Abstract