STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ହେ ଅନଦି ଅନନ୍ତ

ହେ ଅନଦି ଅନନ୍ତ

1 min
7


ଦିବ୍ୟ ଅନୁଭୂତି      ହୁଏ ନିରାକାର

     ଦେଖିନି ମୁହିଁ ପ୍ରଭୁ ତୁମଙ୍କୁ,

ପ୍ରେମ ପ୍ରୀତି ଭକ୍ତି   ଦେଲେ ଟି ଅଜାଡି     

    ଦେଖିବି ମୁଁ ପରମବ୍ରହ୍ମଙ୍କୁ !


ଭକ୍ତ ସିନା ଚିହ୍ନେ     ଅନାଦି ଅନନ୍ତ

    ମୁହିଁ ଅଜ୍ଞାନୀ ଚିହ୍ନିବି କାହୁଁ,

ଦିଅ ଦିବ୍ୟ ଜ୍ଞାନ     ବ୍ରହ୍ମାଣ୍ଡ ଈଶ୍ବର

   ଦେଖିବ ନେତ୍ର,ଭକ୍ତିରେ ତହୁଁ !


ପରା ଦାରୁବ୍ରହ୍ମ      ଜଗତର କର୍ତ୍ତା

   କୃଷ୍ଣ ରାମହେ ଜଗା କାଳିଆ,

ପବିତ୍ର ବ୍ରହ୍ମାଣ୍ଡ     ପାଳୁଛୁ ଠାକୁର

  ଲୀଳା ଯେ ପ୍ରଭୁ ତୋର ବଢିଆ !


ନାମ ଜଗନ୍ନାଥ  ପୁରୀ କ୍ଷେତ୍ରେ ରଞ୍ଜେ

     ଅଟୁ ତୁ ପ୍ରଭୁ ପରମବ୍ରହ୍ମ,

ଗୁଞ୍ଜେ ବୃନ୍ଦାବନ   କାହ୍ନୁ କୃଷ୍ଣ କୃଷ୍ଣ

   ପ୍ରେମ ପ୍ରୀତିର, ଶ୍ରଦ୍ଧା ସଙ୍ଗମ !


ଅଯୋଧ୍ୟା ଭୁବନେ  ତୋର ବାଲ୍ୟରୂପ

   ଅଟୁ ମର୍ଯ୍ୟାଦା ପୁରୁଷ ରାମ,

ମନୁଷ୍ଯ କର୍ତ୍ତବ୍ୟ   ଦେଲୁ ଜଗତକୁ

   ପରା ଅଯୋଧ୍ୟା ପାବନ ଧାମ !

    

ହେ ପରମବ୍ରହ୍ମ     ରୂପ ଭିନ୍ନ ଭିନ୍ନ

   ଜନମ ତୋର ଏ ମର୍ତ୍ତ୍ୟ ଧାମ,

ଜ୍ଞାନୀରେ ଜାଣେ ଲୀଳା ଯେ ତୋହରି

   ବୁଝିବି କାହୁଁ ମୁହିଁ ଅଧମ !


ଜୀବନ ଏ ମୋର   କର୍ମର ନିମନ୍ତେ

   ସତ୍ୟ ଧର୍ମ କର୍ମ କରିବାକୁ,

ଆତ୍ମା ଓ ପ୍ରମାତ୍ମା ପିଣ୍ଡରେ ସଞ୍ଚାର

   ବୁଝିବ ଜ୍ଞାନୀରେ ରହସ୍ୟକୁ !


ଭରସା କରିଛି    ପରମବ୍ରହ୍ମଙ୍କୁ

   ପରା ପ୍ରଭୁ କୃଷ୍ଣ ରାମ ଜଗା,

ଅର୍ପଣ ଶରୀର  ସର୍ବାଙ୍ଗ ଚରଣେ

   ଅଟନ୍ତି ସେହୁ ପବିତ୍ର ଗଙ୍ଗା !



Rate this content
Log in

Similar oriya poem from Abstract