ହେ ଆର୍ଯ୍ୟ
ହେ ଆର୍ଯ୍ୟ
ବାଲ୍ୟ କାଳର ଲୀଳା
କିଶୋର ର ମୁଖାର ଖେଳା
ଯୌବନର ପରମ ପ୍ରେମ ରସ
କୁରୁକ୍ଷେତ୍ରେ ଅଭିନୀତ କର୍ମ ଯୋଗ
ଧର୍ମରାଜ ପରାଏ ପାଳିଛ ରାଜ କାର୍ଯ୍ୟ
ତୁମେ ମୋର ପ୍ରାଣ ପ୍ରିୟ
ପୁରୁଷାର୍ଥର ସେହି ପରମ ପୁରୁଷ
ହେ ମୋର ପ୍ରାଣ ପ୍ରିୟ ଏକାଙ୍ଗ- ଆର୍ଯ୍ୟ
ଅଭୁଲା ସେଦିନୁଁ ସେ ପ୍ରେମ କାହାଣୀ
ପ୍ରଭାବିତ ହୋଇ ଆହ୍ଲାଦିତ ହୁଏ ଧମନୀ
କି ପ୍ରେମ ସୁଧା ପିୟାଇ ପ୍ରତ୍ୟାବର୍ତ୍ତନ କରିଛ
କେବେ ଆଉ ମୀରା ହସିନି ରାଧା ବି କାନ୍ଦି ନି.....|
