STORYMIRROR

Pt. Nityananda Khamari

Tragedy Inspirational

3  

Pt. Nityananda Khamari

Tragedy Inspirational

ହେ ଆନନ୍ଦ ମୟ (ଭାଗ -୭)

ହେ ଆନନ୍ଦ ମୟ (ଭାଗ -୭)

1 min
432


ନିମ୍ବ ବୃକ୍ଷ ରୂପେ  ପାଦପ ଭିଆଣ

    ଦାରୁ ରୂପ ଧରିବାକୁ

ହସ୍ତ ପାଦ ନାହିଁ  ଅଦୃଶ୍ୟ ରହିଛି

    ଦାସିଆର ନଡ଼ିଆକୁ l


ଭକ୍ତ ସାଲବେଗ  ଭକତିର ଡ଼ାକ

     କର୍ଣ୍ଣକୁତ ଡେରିଥିଲ

ଭକ୍ତ ଭଗବାନ   ଭାବ ରକ୍ଷାକଲ

     ବିଦୁର ଶାଗ ଭକ୍ଷିଲ l


ସୁଦାମା ସାଥିରେ  ମିତ୍ରତା ପଣଟି 

     କାଳ କାଳକୁ ରହିଲା

ଧନୀ ଗରିବର   ଭାବର ବନ୍ଧନ

     ମାଟିରେ ସ୍ମୃତି ରହିଲା l


ସାଦରେ ଧୋଇଲ  ସୁଦାମା ଚରଣ

     ସିଂହାସନେ ବସାଇଣ

ଖୁଦ ଭଜା ଖାଇ   ବନ୍ଧୁତ୍ୱର ଟେକ

     ହୃଦରେ କଲ ଧାରଣ l


ବିଜ୍ଞାନୀ କୈବର୍ତ୍ତ   ନାବରେ ବସିଲ

     ତ୍ରିମୁର୍ତ୍ତି ଦର୍ଶନ ଦେଇ

କୋଟି ଜନ୍ମ ଫଳ   ଲଭିଲା କୈବର୍ତ୍ତ

     ପାଦକୁ ଧୋଇ ଦେଇ l


ପଥରେ ପଥର    ଅଭିଶାପ ପାଇ

      ଅହଲ୍ୟା ଦେବୀ ପାଷାଣ

ମୁକତି କରିଲ    ଋଷି ଧର୍ମ ପତ୍ନୀ

      ପଥରେ ରଖି ଚରଣ l


ଶ୍ରମଣା ଶବରୀ   ପଥ ଦେଖୁଥିଲା

     ଆସିବେ ପ୍ରଭୁ ଶ୍ରୀରାମ

ଦର୍ଶନ ଦେଇଣ   ଅଇଁଠା ଖାଇଲ

     ଧନ୍ୟ ଧନ୍ୟ ତୁମ ନାମ l


ଜଟାୟୁର ପକ୍ଷ   କାଟିଲା ରାବଣ

     ପଡ଼ିଥିଲା ମହୀ ତଳେ

ତୁମର ସମୀପେ  ସୀତା ବାର୍ତ୍ତା ଦେଇ

    ଯଶ ରଖି କାଳେ କାଳେ l


ପାପୀକୁ ତାରଣ  ଦୁଷ୍ଟକୁ ଦଳନ

    ସନ୍ଥର ହୁଏ ପାଳନ

ଧର୍ମର ସୁରକ୍ଷା   କରିବାକୁ ରକ୍ଷା

    ତୁମ୍ଭେତ ଦର୍ପ ଦଳନ l


Rate this content
Log in

Similar oriya poem from Tragedy