Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Inspirational Others

4  

Trushna Das

Abstract Inspirational Others

ହାଏରେ ଏ ଦୁନିଆ

ହାଏରେ ଏ ଦୁନିଆ

1 min
299


ହାଏରେ ଏ ଦୁନିଆ 

   କଣ କହିବି ବା

ଆଜିର ଲୋକଙ୍କ କଥା

   ସବୁ ଯେ ମାୟାରେ ବାୟା ।


ହାଏରେ ଏ ଦୁନିଆ 

   ସବୁ ଯେ ଏଠାରେ ସ୍ୱାର୍ଥରେ ବନ୍ଧା 

କିଏ ଏଠି ନିଜର କାହାକୁ ବା ଜଣା

   ଆପଣାର ବୋଲି କହି ସବୁ ଦିଅନ୍ତି ବିଶ୍ୱାସରେ ବିଷ ପରା ।


ହାଏରେ ଏ ଦୁନିଆ 

   ଏ କେମିତି ସମୟ ଯେ ଆସାଲା

କୁଆଡ଼େ ଲୁଚି ଗଲା ଆଜି ମଣିଷପଣିଆ

   ଏଠି ସତ କଣ ମିଛ କଣ ବୁଝିବା କଷ୍ଟ ପରା ।


ହାଏରେ ଏ ଦୁନିଆ 

   ନିଜର ଭୂଲକୁ ସବୁ ଭୁଲି ଯାଇଛନ୍ତି ପରା

ଅନ୍ୟର ସୁଖ ଦୁଃଖର ଚର୍ଚ୍ଚାରେ ବ୍ୟସ୍ତ ପରା

   କେବେ ବୁଝୁ ନାହାଁନ୍ତି ଅନ୍ୟର ଭାବନା ।


ହାଏରେ ଏ ଦୁନିଆ 

   ଏଠି ପଇସା ପାଇଁ ସବୁ ଖେଳ ପରା

ପଇସା ଥିଲେ ସବୁ ଯେ ଆପଣା 

   ନ ଥିଲେ କିଏ କାହାର ବା ।


ହାଏରେ ଏ ଦୁନିଆ 

   ନ କରି ଅନ୍ୟର ଚର୍ଚ୍ଚା 

ନିଜକୁ ସୁଧାରି ସମସ୍ତଙ୍କୁ କର ଆପଣା

   ଆଣ ଏ ଦୁନିଆକୁ ପୁଣି ଥରେ ମାନବପଣିଆ ।


ହାଏରେ ଏ ଦୁନିଆ 

   ପଇସାକୁ ନ ଭାବି ଆପଣା

ଅନ୍ୟର ଭାବନାକୁ ଶିଖ ବୁଝିବା 

   ମିଳିମିଶି ରହିଲେ ମିଳଇ ହୃଦୟକୁ ଶାନ୍ତି ପରା ।


Rate this content
Log in

Similar oriya poem from Abstract