STORYMIRROR

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

ଗୁରୁଦେବାୟ ନମଃ

ଗୁରୁଦେବାୟ ନମଃ

1 min
388


ଗୁରୁ ଯେତେବେଳେ ଏହି ଗୋଟିଏ ଶବ୍ଦ

ମନକୁ ଆସିଯାଏ

ହୃଦୟରେ ଭକ୍ତି ଆସିବା ସହ

ନଇଁଯାଏ ଆପେ ମଥା

ମନେପଡ଼ିଯାଏ ଗୁରୁଙ୍କର ଛବି

ଗୁରୁ ଦିବସର କଥା ।

ପିଲାବେଳେ ଯେବେ ଛୋଟ ଥିଲୁ

ଧୂପ, ଦୀପ, ଫୁଲ, ସିନ୍ଦୁର ତଥା ଚନ୍ଦନରେ

ଥାଳିକୁ ସୁସଜ୍ଜିତ କରୁ

ଗୁରୁ ବନ୍ଦନା ସହ ଗୁରୁଙ୍କ ପୂଜାରେ

ଲୟ ଦେଇଥାଉ

ଗୁରୁଙ୍କର ପାଦ ପଦ୍ମରେ ପ୍ରଣିପାତ କରି

ଦେଇଥାଉ କିଛି ଉପହାର 

ତଥା ଭକ୍ତିରେ ମିଷ୍ଟାନ୍ନ

ଗୁରୁ ପ୍ରଥମେ ନିଜେ ନଖାଇ ଛାତ୍ରଛାତ୍ରୀ ମଧ୍ୟରେ

ବାଣ୍ଟି ଦେଇଥା'ନ୍ତି ତାକୁ ।

ଗୁରୁ ଦିବସରେ ଆମ୍ଭେମାନେ ଗୁରୁଙ୍କ

ବିଷୟରେ ଭାଷଣ ଦେଇଥାଉ 

ଗୁରୁ ମଧ୍ୟ ଡ଼.ରାଧାକ୍ରିଷ୍ଣନ୍‌ଙ୍କ ବିଷୟରେ

ଓ ଗୁରୁ ଦ୍ରୋଣ ଏବଂ ଧୌମ୍ୟଙ୍କ ଉପରେ

ତଥା ତାଙ୍କ ଆଶିଷରେ ମଣିଷ ହୋଇଥିବା

ଛାତ୍ର ଏକଲବ୍ୟ ଓ ଉପମନ୍ଯୁଙ୍କ ଉପରେ

ଦେଇଥା'ନ୍ତି ସୁଭାଷଣ

ବହୁତ କଥା ଶିଖିଥାଉ ଓ ଗୁରୁଭକ୍ତିର ବାତାବରଣ

ଖେଳିଯାଏ ଶ୍ରେଣୀ ପ୍ରକୋଷ୍ଠରେ

ପିଲା ଥିଲୁ ଆଜି କିନ୍ତୁ ନିଜେ ଗୁରୁ

କିନ୍ତୁ ପିଲାବେଳର ଗୁରୁଙ୍କୁ ମନେ ରଖିଛୁ

ଆମେ ମଧ୍ୟ ତାଙ୍କ ପାଇଁ ମଣିଷ ହୋଇଛୁ ।

କିଛି ଗୁରୁ ଚାଲି ଗଲେଣି

କିଛି ଗୁରୁ ରୋଗାକ୍ରାନ୍ତ ଏବଂ ବୃଦ୍ଧ

ତଥାପି କୋଉଠି ଦେଖିଦେଲେ ତାଙ୍କୁ

ଆଖିରୁ ଝରିପଡ଼େ ଭକ୍ତିର ଅଶ୍ରୁ

ଯାହାବି ଅର୍ଜିଛୁ ଯଶ ଖ୍ୟାତି ଏବଂ ନାମ

ସବୁ ଗୁରୁଙ୍କର ଦାନ

ବାସ୍ତବରେ ଗୁରୁ ମହାନ୍

ଏଣୁ ମନରେ ଉଙ୍କି ମାରେ ଗୁରୁ ବ୍ରହ୍ମା

ଗୁରୁ ବିଷ୍ଣୁ ଗୁରୁଦେବ ମହଶ୍ଵର

ଗୁରୁ ସାକ୍ଷାତ୍ ପରଂବ୍ରହ୍ମ

ତସ୍ମୈ ଶ୍ରୀ ଗୁରବେ ନମଃ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract