STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ସଂକଳ୍ପ ୨୦୨୦

ସଂକଳ୍ପ ୨୦୨୦

1 min
113

ବର୍ଷ ଆସେ ବର୍ଷ ଯାଏ ସାଥେ ଆଣି କେତେ ସ୍ବପ୍ନ

କେତେ ହୋଇଥାଏ ଫଳପ୍ରସୂ ହୋଇଥାଏ କିଛି ଭଗ୍ନ।

ଭଗ୍ନ ସ୍ବପ୍ନ ଗୋଟାଇ ତାହାକୁ ପୁଣିଥରେ ହୁଏ ଯୋଡା

ସଫଳ ତାହାକୁ କରିବା ପାଇଁ କି ସଂକଳ୍ପ ହୁଅଇ ଲୋଡା।


ସ୍ବପ୍ନ ଦେଖା ଆଉ ସଂକଳ୍ପ କରିବା ଏକା କଥା କେବେ ନୁହେଁ

ସଂକଳ୍ପ କରିଲେ କାର୍ଯ୍ୟକାରୀ ପାଇଁ ଖସଡା ତିଆରି ହୁଏ।

କାଗଜ କଲମ ନେଇ ଲେଖା ହେବ ଆଗାମୀ ବରସ କଥା

କି କାମ କରିଲେ ସହଜ ହୋଇବ କେଉଁ କାର୍ଯ୍ୟ ଦେବ ବ୍ୟଥା।


କାର୍ଯ୍ୟର ଖସଡା ଚିଠା ହେଲା ପରେ ଭାଗ ଭାଗ ସିଏ ହେବ

ନିର୍ଦ୍ଦିଷ୍ଟ ସମୟେ ସମାପ୍ତ ପ୍ରଣାଳୀ ଗୋଟି ଗୋଟି ଲେଖା ଯିବ।

ସଂକଳ୍ପ ପୁରଣ ହେଲା କି ନହେଲା ତାହା ପୁଣି ଦେଖାଯିବ

ମଝିରେ ମଝିରେ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ ବି ହେବ।


ଏପରି କରିଲେ ବରଷ ଶେଷରେ ପୁରା ହେବ ଆମ ସ୍ବପ୍ନ

ସଂକଳ୍ପ ଆମର ପୁରଣ ହୋଇବ ଜୀବନ ହୋଇବ ଧନ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract