ନିଜସହ କଥାବାର୍ତ୍ତା
ନିଜସହ କଥାବାର୍ତ୍ତା
ଇଚ୍ଛାହୁଏ
ନୀଳ ଆକାଶର ଟିକି ତାରାଟିଏ ହୋଇ
ହସୁଥିବି
ବିନା ପରିଚୟ ନେଇ
ବରଷାର ବୁନ୍ଦା ହୋଇ ହଜାଇ
ନିଜର ସମ୍ପୂର୍ଣ ଅସ୍ତିତ୍ବ
ଛିଣ୍ଡାଇ ସମାଜର ସବୁ ସମ୍ପର୍କର ଶକ୍ତ ଶିକୁଳି
ସ୍ୱାଧୀନ ଆତ୍ମାର ସନ୍ଧାନେ
ନିଜକୁ ନିଜ ଭିତରେ ହଜାଇ
ଖୋଜିବି ନୂଆ ଜୀବନର ଆଲୋକ
ନଥିବ ହାରିବା ଜିତିବାର
ମିଛିମିଛିକା ପ୍ରତିଯୋଗିତା
ମମତାର ବନ୍ଧନେ
କାନ୍ଦିବେନି କେହି
କି ଝୁରିବେନି ବି କେହି ମୋ ମୃତ୍ୟୁର ଦୁଃଖରେ
ହିଂସା ଆଉ ପ୍ରତିହିଂସାର ନିଆଁରେ
ଜଳିବନି ମୋ ହୃଦୟ ଆଉ ମନ
ଆଶା ଆଉ ନିରାଶା ଭିତରେ ଥିବା
କିଛିବି ତଫାତ
କି ହାରିଲେ କି ଜିତିଲେ
କିଛି ବି ଫରକ ପଡ଼ୁନଥିବ
ସବୁ କିଛି ଥାଇ ବି
କିଛି ନ ଥିବ
ଆଉ କିଛି ନଥାଇ ବି
ସବୁ ପୁରିଲା ପୁରିଲା ଲାଗୁଥିବ l
