STORYMIRROR

Ghanashyam Biswal

Abstract Others

3  

Ghanashyam Biswal

Abstract Others

ନିଜସହ କଥାବାର୍ତ୍ତା

ନିଜସହ କଥାବାର୍ତ୍ତା

1 min
253

ଇଚ୍ଛାହୁଏ

ନୀଳ ଆକାଶର ଟିକି ତାରାଟିଏ ହୋଇ

ହସୁଥିବି

ବିନା ପରିଚୟ ନେଇ

ବରଷାର ବୁନ୍ଦା ହୋଇ ହଜାଇ

ନିଜର ସମ୍ପୂର୍ଣ ଅସ୍ତିତ୍ବ

ଛିଣ୍ଡାଇ ସମାଜର ସବୁ ସମ୍ପର୍କର ଶକ୍ତ ଶିକୁଳି

ସ୍ୱାଧୀନ ଆତ୍ମାର ସନ୍ଧାନେ

ନିଜକୁ ନିଜ ଭିତରେ ହଜାଇ

ଖୋଜିବି ନୂଆ ଜୀବନର ଆଲୋକ

ନଥିବ ହାରିବା ଜିତିବାର

ମିଛିମିଛିକା ପ୍ରତିଯୋଗିତା

ମମତାର ବନ୍ଧନେ

କାନ୍ଦିବେନି କେହି

କି ଝୁରିବେନି ବି କେହି ମୋ ମୃତ୍ୟୁର ଦୁଃଖରେ

ହିଂସା ଆଉ ପ୍ରତିହିଂସାର ନିଆଁରେ

ଜଳିବନି ମୋ ହୃଦୟ ଆଉ ମନ

ଆଶା ଆଉ ନିରାଶା ଭିତରେ ଥିବା

କିଛିବି ତଫାତ

କି ହାରିଲେ କି ଜିତିଲେ

କିଛି ବି ଫରକ ପଡ଼ୁନଥିବ

ସବୁ କିଛି ଥାଇ ବି

କିଛି ନ ଥିବ

ଆଉ କିଛି ନଥାଇ ବି

ସବୁ ପୁରିଲା ପୁରିଲା ଲାଗୁଥିବ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract