Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Abstract

3  

DR PRASANTA KUMAR BISWAL

Abstract

ସଙ୍ଗୀନ ଭବିଷ୍ଯତ

ସଙ୍ଗୀନ ଭବିଷ୍ଯତ

1 min
207



ସଂଗୀନ ଭବିଷ୍ଯତ

ଯେତେ ସବୁ ଭ୍ରଷ୍ଟାଚାର

ଅନ୍ୟାୟ ଅତ୍ୟାଚାର

ପ୍ରବଳ ସ୍ରୋତରେ ପ୍ରବାହିତ ।


କନ୍ଯା ଭ୍ରୂଣହତ୍ୟା,ଛୋଟ ପରିବାର

ବଳକା ଯାହା ବଳାତ୍କାର

ଜନସଂଖ୍ୟା ହ୍ରାସ ହୁଏ

ଶିକ୍ଷିତ ବର୍ଗର ।

ବହୁ ସନ୍ତାନ ଜନକ

ଅଶିକ୍ଷିତ ଙ୍କ ପ୍ରବୃତ୍ତି

ଓ ଗତି ତାଙ୍କର ଦୁର୍ବାର ।


ମାତ୍ରାଧିକ ଅଭାବୀ ସନ୍ତାନ ପ୍ରସାର

ଶିକ୍ଷା ବିନା ଦାନବ ପ୍ରକୃତି

କରନ୍ତି କାୟା ବିସ୍ତାର ,।

ଗନ୍ଧ ବିନା ଯେମିତି ଚନ୍ଦନ

ମଳୟ ବିନା ଯେମିତି ପବନ,

ଦୈନ୍ୟ ଯାତନା ସହ ପାଷାଣ୍ଡ

ସେମିତି ଦଣ୍ଡ ମାରନ୍ତି

ହୋଇ ସଂସ୍କାର ହୀନ ।


ଏକ ପକ୍ଷେ ସୁଖଦ ଭବିଷ୍ଯତ ଲାଗି

ମାତ୍ରାଧିକ ସଚେତନ

ଅନ୍ୟପକ୍ଷେ ଶିକ୍ଷା ଦୀକ୍ଷା ଅଭାବେ

ବିହାର କରନ୍ତି ହୋଇ ଦିଶାହୀନ ।

ଲୁଣ୍ଠନ ହତ୍ଯା ଶୋଷଣ ଧର୍ଷଣ

ହେଲାଣି ମୁଖ୍ଯ ଆକର୍ଷଣ

ନିଶା ପଶା ଯୋଷାରେ

ସବୁ ଦିଅନ୍ତି ଧ୍ୟାନ ।

"ଜଳ ଗହଳେ ସୃଷ୍ଟି ନାଶ

ଜଳ ବିହୁନେ ସୃଷ୍ଟି ନାଶ" ନ୍ୟାୟରେ

ଅର୍ଥ ସ୍ବଭାବେ ଧର୍ମ ନଷ୍ଟ

ଅର୍ଥାଭାବେ ସ୍ବଭାବ ନଷ୍ଟ ଧର୍ମରେ

ଉଭୟଙ୍କ ସନ୍ତାନ

ହୁଅନ୍ତି ଅପରାଧ ପ୍ରବଣ ।


କେବଳ ନୁହେଁ ପରିବାର ନିୟନ୍ତ୍ରଣ

ଶିକ୍ଷା ସଂସ୍କାର ସହ

ଥିଲା ବାଲା ନଥିଲା ବାଲା

ହେଲେ ସଚେତନ ,

ଉତ୍କର୍ଷ ଚରିତ୍ର ଗଠନ ସହ

ଭବିଷ୍ଯତେ ଉଡିବ ସଭ୍ୟତା କେତନ ।


Rate this content
Log in

Similar oriya poem from Abstract