STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ପାହିଲା ଦୁଃଖ ରାତି

ପାହିଲା ଦୁଃଖ ରାତି

1 min
273

ସୁନ୍ଦର ମୋ' ଭାରତ ଦେଶ

ସୁନ୍ଦର ଚାରୁ ବେଶ

ଜାତିଜାତିକା ସୁମନେ ଭରା

ସୁନ୍ଦର ପରିବେଶ।

ମନ ତାହାର ବଡ ବିରସ

କାଶ୍ମୀର ରାଜ୍ୟ ଲାଗି

ସମ୍ବିଧାନ ତା ଅଲଗା ଥିଲା

ସତେ କଳଙ୍କ ଦାଗି।

ବୈରଖ ତା'ର ଭିନ୍ନ ପ୍ରକାର

ତ୍ରିରଙ୍ଗା ଉଡ଼େ ନାହିଁ

ସେଇଥି ପାଇଁ ଉଦାସ ମୁଖ

ବୁଝୁ ନଥିଲେ କେହି।

ଆମରି ଦେଶ ବୀର ସୁପୁତ୍ର

ପ୍ରିୟ ପ୍ରଧାନମନ୍ତ୍ରୀ

ଉପାୟ ଏକ କଲେ ବାହାର

ସାଥିରେ ଧରି ତନ୍ତ୍ରୀ।

ଚାରି ଶହରୁ ତିରିଶ ଊଣା

ଧାରାଟି ଶେଷେ କାଟି

ମୁଖ୍ୟ ସ୍ରୋତରେ ମିଶାଇ ତାକୁ

ମାଆକୁ ଦେଲେ ଭେଟି।

ପ୍ରତି କୋଣରେ ତ୍ରିରଙ୍ଗା ଉଡ଼େ

ବୀର ବିକ୍ରମ ବେଶେ

ସମ୍ବିଧାନ ମୋ ଏବେ ସମାନ

ଦୁଃଖିନୀ ମାଆ ହସେ।

ପୂର୍ଣ୍ଣ ସ୍ବାଧିନ ହେଲା ମୋ ଦେଶ

ଗରବେ ଫୁଲେ ଛାତି

ସବୁରି ମୁଖେ ଆନନ୍ଦ ଖେଳେ

ପାହିଲା ଦୁଃଖ ରାତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract