ନୂଆବର୍ଷ
ନୂଆବର୍ଷ
୨0୨୦ ସ୍ୱାଗତ ନୂଆବରଷ ହେଲ ହାଜର
ଖିଆପିଆ ବୁଲାବୁଲି ସାରା ସହରବଜାର ।
ରୋଜକାରୀ ନାତି ଦେବ ଖାଇବାକୁ ଯିବା
ବଡ଼ ହୋଟେଲରେ ବସି ଖାଦ୍ୟ ଚାଖୁ ଥିବା ।
ନାତି କହେ ଅଜା ତୁମେ କିସ ଖାଅ କୁହ
ଏଣ୍ଡୁରି ଆରିସା ପିଠା ଯଦି ଅଛି ଦିଅ ।
ହସୁଥିଲା ନାତି, 'ଅଜା ମିଳେନାହିଁ ଏଠି'
ତୁମ ପିଠା ଯାକ ଘରେ ମିଳିବ ବି ସେଠି
ଦୋଷା ଦୁଇ ମଗାଉଛି ଚାଖି ଦେଖ ମଜା
ସରୁଚକୁଳିରେ ପୁର ଜଳଖିଆ ରଜା ।
ଅଜା କୁହେ ତୁମ ନୂଆବରଷ ଯେମିତି
ହୋଟେଲ ଖାଇବା ମାନ ଅଟେବି ସେମିତି ।
ଆମ ନୂଆବରଷରେ ପଞ୍ଚାମୃତ ଭୋଗ
ଛତୁଆ,ଫଳମୂଳରେ ହଟିଯାଏ ରୋଗ ।
ଠାଏଠାଏ ହୋମ ଯଜ୍ଞ ହନୁମାନ ପୂଜା
ଭଜନ କୀର୍ତ୍ତନ କରି ମାରୁଥାଉ ମଜା ।
ନାତି କହେ ଯୁଗସାଙ୍ଗେ ତାଳ ଦେଇ ଶିଖ
ପୁରୁଣା ପନ୍ଥା ମାନଙ୍କୁ ସିନ୍ଦୁକରେ ରଖ ।
ଅଜାକହେ ସେଥିପାଇଁ ପାଠ ସବୁ ଭୂଲି
ଓଡ଼ିଆ ସଂସ୍କୃତି ପରମ୍ପରା ଗଲା ଚୁଲି ।
ଆମ ମାତୃଭାଷା ମାଆ ନକରି ଆଦର
ଆମ ପୋଥି ପୁରାଣକୁ ଗୁଡେଇ ଚାଦର ।
ଜନ୍ମଦିନପାଳନରେ କେକ୍ କାଟି ଦେଉ
ନିମିତ୍ରିତ ବଂଧୁ ଠାରୁ ଟଙ୍କା ଖୋଲ ନେଉ ।
ଯେତେ କଥା ସେତେ ବ୍ୟଥା ଆଧୁନିକ ରୂପ
ସାଗର ସିନାନ ପିତା ଢାଳୁ ଜଳ କୂପ ।
ଏମିତିକା ନୂଆବରଷରେ ଖାଇ ଦୋଷା
କୁକୁରକୁ କୋଡେଧରି ବନେଉଛୁ ପୋଷା ।
ଆରଜନମରେ ପୁଣି କୁକୁର ଟେ ହୋଇ
କଡ଼ିଟିଏ ବେକେ ଭିଡି ପାଳିବ କେ ଥୋଇ ।
ପରଧର୍ମ ଭ୍ବୟ। ବହ ପରିଣତି ଖତ
ଆମଗୀତା ଭାଗବତ ଦେଇଅଛି ମତ ।
