କୋଣାର୍କର ଇତିହାସ
କୋଣାର୍କର ଇତିହାସ
ଉତ୍କଳ ସଂସ୍କୃତି ଶିଳ୍ପୀ କାରୁକାର୍ଯ୍ୟ
ରହିଅଛି ଯାର ଯଶ ।
ଉତ୍କଳ କୋଣାର୍କ ନିର୍ମାଣର କାର୍ଯ୍ୟ
ଗର୍ଭେ ଅଛି ଇତିହାସ ।।୧
ଉତ୍କଳର ପତି ରାଜା ଗଜପତି
ଉତ୍କଳ ପାଳନ କର୍ତ୍ତା ।
ଲାଙ୍ଗୁଳା ଯେ ନର ସିଂହ ଦେବ ପତି
ଉତ୍କଳ କୋଣାର୍କ କର୍ତ୍ତା ।।୨
ଉତ୍କଳର ଶିଳ୍ପୀ ବିଶୁରଣା କୀର୍ତ୍ତି
କୋଣାର୍କର ରୂପ ଦାତା ।
ବାରଶ ବଢେଇ ଲାଗିଥିଲେ ସେହି
ବିଶୁ ରଣା ତାଙ୍କ ନେତା ।।୩
ସଂପୂର୍ଣ୍ଣ ହୋଇଲା କୋଣାର୍କ ମନ୍ଦିର
ନ ରହିଲା ତାର ଚୂଳ ।
ଭାଳେଣି ପଡ଼ିଲା ସଭିଙ୍କ ଭିତରେ
କି କରିବେ ଶିଳ୍ପୀ କୁଳ ।।୪
ରାଜା କର୍ଣ୍ଣେ ଯଦି କଥା ଯିବ ପଶି
ହୋଇବ ସବୁଯେ ଶେଷ ।
ବାରଶ ବଢେଇ ଶିର ଯି ସେହି
ଶିଳ୍ପୀ କୁଳ ହେବ ନାଶ ।।୫
ବିଶୁ ରଣା ସୁତ ଧର୍ମପଦ ସେତ
ଶିଳ୍ପୀ କୁଳ ଭବିଷ୍ୟତ ।
ଚଢ଼ିଲା କୋଣାର୍କ ମାରିଲା ତା ମୁଣ୍ଡ
ବାର ବର୍ଷ ପିଲା ସେତ ।।୬
ବାର ବର୍ଷ ଧର୍ମ ମାରିଲା ଯେ ମୁଣ୍ଡ
ନ ପାରିଲେ ଶିଳ୍ପୀ ଯେତ ।
ସେତ ଜାଣି ରାଜା ନିଶ୍ଚେ ଦେବେ ଦଣ୍ଡ
ଯେ ଶିର ହୋଇବ କ୍ଷତ ।।୭
ଜାତି ପାଇଁ ଧର୍ମ କୋଣାର୍କ ଚଢ଼ିଣ
ଲମ୍ଫ ଦେଲା ଚନ୍ଦ୍ର ଭାଗା ।
ବାର ବର୍ଷ ଧର୍ମ ମହାନ ତା କର୍ମ
ଇତହାସ ଦେଲା ଜାଗା ।।୮
ଶିଳ୍ପୀ କୁଳ ଟେକ ରଖିଗଲା ସେତ
ରଖିଗଲା ସେତ ଯଶ ।
ଯୁଗ ଯୁଗ ପାଇଁ ଅମର ଯେ ସେହି
ତା ପାଇଁ ଗର୍ବିତ ଦେଶ ।।୯
