STORYMIRROR

puspalata samantary

Abstract

3  

puspalata samantary

Abstract

ସମାନତା ନାହିଁ

ସମାନତା ନାହିଁ

1 min
178

କାଲି ଯେହୁ ଥିଲା ସୁହାଗିନୀ ଦେବୀ

ପତିପ୍ରାଣା ସିମନ୍ତିନୀ,

ସରବ ସମ୍ପର୍ଣ୍ଣା କର୍ତବ୍ୟ ନିପୁଣା

ପୁତ୍ର କନ୍ୟା ର ଜନନୀ ।

ଦିନ ଥିଲା ଦିନେ ସୀମନ୍ତେ ସିନ୍ଦୂର

ଶାଢୀ ଶଙ୍ଖା ଅଳଙ୍କାର,

ନବବଧୂ ସାଜି ଅହ୍ୟ ସୁଲକ୍ଷଣୀ

ପରିଚୟ ତ ସୁନ୍ଦର ।

ମହାକାଳ ସ୍ରୋତ ପରିଚୟ ସହ

ସପନକୁ ଧୋଇ ନେବ,

ଅଟେ ବିଡବନା ସମାଜ ସେବେଳେ

କି ଭାବରେ ଚିହ୍ନାଇବ।

ସମସ୍ତଙ୍କୁ ଜଣା ଈଶ୍ୱରଙ୍କ ସୃଷ୍ଟି

ସ୍ତିରୀ ଓ ପୁରୁଷ ଦୁଇ,

ତାଙ୍କ ବିଚାରରେ ମଣିଷ ପାଇଁକି

ଅନ୍ୟ ପରିଚୟ ନାହିଁ।

କେଉଁ ଅନୁଭବୀ ନାରୀ ଜାତି ପାଇଁ

ଏହି ବିଚାର ଖଞିଛି,

ବସନ ଭୂଷଣ ଅଳଙ୍କାର ଦେଇ

ବେଡି ତାକୁ ପିନ୍ଧାଇଛି?

ପରିବାର ରୀତି ନୀତି ପରମ୍ପରା

ଶୃଙ୍ଖଳେ ନାରୀଟି ଯୁକ୍ତ,

ସ୍ଵାଧୀନ ଭାବରେ ପୁରୁଷ ପ୍ରାଣଟି

ହୋଇଛି ଶୃଙ୍ଖଳ ମୁକ୍ତ ।

ଆଦିମ ଯୁଗରୁ ଆଧୁନିକ ଯାଏ

ନୀତି ନିର୍ଧାରକ ମାନେ,

ସମାନତା ରଖି ନାହାଁନ୍ତି ବିଚାରେ

ନାରୀ ପୁରୁଷ ଜୀବନେ।

ସେଥିପାଇଁ ପରା ନାନା ବିଶୃଙ୍ଖଳା

ସମାଜରେ ଘଟୁଅଛି,

ସମାଜ ଓ ପାରିବାରିକ ଜୀବନୁ

ଶାନ୍ତି ଉଭେଇ ଯାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract