STORYMIRROR

Anam Charan Sahoo

Abstract Others

3  

Anam Charan Sahoo

Abstract Others

ଚନ୍ଦ୍ରାୟଣ-୨

ଚନ୍ଦ୍ରାୟଣ-୨

1 min
256

ମହାକାଶର ଛାତିକୁ ଚିରି

ସବୁରି ମନେ ଆନନ୍ଦ ଭରି

କୃତ୍ରିମ ଉପ -ଗ୍ରହଟି ଉଡ଼ି

ଚନ୍ଦ୍ରକୁ ଗଲା ଛୁଇଁ

ସାରା ମୂଲକ ସ୍ତବ୍ଧ ଚକିତ

ଅଇରି ଯେତେ ହୁଅନ୍ତି ଭୀତ

ବେନି ନୟନେ ଚାହିଁ ଗଗନେ

ପଲକ ପଡେ ନାହିଁ।

ଜହ୍ନ ମାମୁର ରଖି ଖବର

ପରୀକ୍ଷା କରି ପାଣି ସମୀର

ଦୂର ଦେଶରୁ କରିବ ତାର

ଆମ ପାଖକୁ ନିତି

ଅଜଣା କଥା ଜଣାଇ ଦେବ

ଅନ୍ୟ ଗ୍ରହର ଜୀବନ ଠାବ

ସଫଳତାରେ କରିବ ଶେଷ

ହୃଦୟ ସିଏ ଜିତି।

ଭାରତବାସୀ ହୁଅନ୍ତି ଖୁସି

ଗରବେ ମନ ଆନନ୍ଦେ ଭାସି

ଉଜ୍ଜ୍ବଳ ଦିଶେ ଶ୍ରୀମୁଖ ଶଶୀ

ମହାକାଶର ବଳୀ

ଦୁର୍ଦ୍ଦିନ ଆମ ହୋଇବ ଅନ୍ତ

ବିଶ୍ବ ରହସ୍ୟ ହୋଇବ ଜ୍ଞାତ

ଶୁଭିବ ବିଶ୍ୱେ ଗୌରବ ବାଣୀ

ଦୁଃଖକୁ ଦେବ ଜାଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract